‘ରାମ୍‌-ଲୀଲା’ର ରିମେକ୍‌ରେ ନିଜେ ରାମ ହେଲେ ୟାଙ୍କୁ ଲୀଲା ଭାବେ ଦେଖିବାକୁ ଚାହାନ୍ତି ହର୍ଷବର୍ଦ୍ଧନ

‘ରାମ୍‌-ଲୀଲା’ର ରିମେକ୍‌ରେ ନିଜେ ରାମ ହେଲେ ୟାଙ୍କୁ ଲୀଲା ଭାବେ ଦେଖିବାକୁ ଚାହାନ୍ତି ହର୍ଷବର୍ଦ୍ଧନ

News Track English

ମୁମ୍ବାଇ : କିଛି ଦିନ ତଳେ ଟକ୍‌ ସୋ’ ‘କଫି ଉଇଥ୍‌ କରଣ’ରେ ପହଞ୍ଚି ଥିଲେ କପୁର ଭାଇ-ଭଉଣୀ । ପ୍ରଥମ ଥର ପାଇଁ ହର୍ଷବର୍ଦ୍ଦନ କପୁର, ରେହା କପୁର ଏବଂ ସୋନମ କପୁରଙ୍କୁ ସାଥୀରେ ଦେଖିବାକୁ ପାଇଥିଲେ ଦର୍ଶକେ । ଏହି ସୋ’ରେ ଯୋଗ ଦେଇ ୩ଜଣ ନିଜ ନିଜ ଜୀବନର ଅନେକ ରାଜ୍‌ ଖୋଲିଥିଲେ ।

publive-image Bollywood Bubble

ଏହି ସମୟରେ ହର୍ଷଙ୍କୁ ଫିଲ୍ମ ‘ରାମ୍‌-ଲୀଲା’ର ରିମେକ୍‌ କରାଗଲେ ସେ ନିଜର ଲୀଲା ହିସବାରେ କାହାକୁ ଦେଖିବାକୁ ଚାହିଁବେ ବୋଲି ପଚରା ଯାଇଥିଲା । ଯାହାର ଉତ୍ତରରେ ହର୍ଷ କିଙ୍ଗଖାନ୍‌ ଶାହାରୁଖ୍‌ଙ୍କ ଝିଅ ସୁହାନା ଖାନ୍‌ଙ୍କ ନାଁ ନେଇଥିଲେ । ଯଦି ମୁଁ ରାମ ହୁଏ ତେବେ ମୋର ଲୀଲା ସୁହାନା ହୁଅନ୍ତୁ ବୋଲି ମୁଁ ଚାହିଁବି । ‘ରାମ୍‌ ଲଖନ୍‌’ର ରିମେକ୍‌ ହେଲେ ମୁଁ ରଣବୀର କପୁରଙ୍କ ସହ କାମ କରିବା ସହ ‘କରଣ-ଅର୍ଜୁନ’ର ରିମେକ୍‌ରେ ଅର୍ଜୁୁନ ଭୂମିକାରେ ମୁଁ ଟାଇଗର ସରଫ୍‌ଙ୍କୁ ଦେଖିବାକୁ ଚାହିଁବି ବୋଲି ହର୍ଷ କହିଥିଲେ । ହର୍ଷଙ୍କ ଏଭଳି ଉତ୍ତର କରଣଙ୍କୁ ଖୁସି କରାଇ ପାରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe