Times of India
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଲଙ୍ଗ’ର ସଫଳତା ମନାଇବାରେ ଏବେ ଭାରି ବ୍ୟସ୍ତ। ଏହି ଚଳଚ୍ଚିତ୍ରରେ ତାଙ୍କ ବିପକ୍ଷରେ ନାୟକ ଥିଲେ ଆଦିତ୍ୟ ରୟ କପୁର। ଅନୀଲ କପୁର ଓ କୁନାଲ କେମୁଙ୍କୁ ବି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ଏହାଛଡ଼ା ବଲିଉଡ୍ର ଏହି ଲୋକପ୍ରିୟ ଅଭିନେତ୍ରୀ ନିକଟରେ ପ୍ରକାଶ ପାଇଥିବା ତାଙ୍କ ଗୀତ ‘ଡୁ ୟୁ ଲଭ୍ ମି’ ପାଇଁ ମଧ୍ୟ ଖୁବ୍ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି। ଟାଇଗର୍ ସରଫ୍ଙ୍କ ଅଭିନୀତ ‘ବାଗି-୩’ ଚଳଚ୍ଚିତ୍ରର ଏହି ଗୀତଟି ତାଙ୍କୁ ବେଶ୍ ଲୋକପ୍ରିୟ କରାଇଛି।
ତେବେ, ଦିଶାଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର। ଶୁଣିବାକୁ ମିଳିଛି ଯେ ‘ମଲଙ୍ଗ’ ପରେ ପରେ ଦିଶା ମୋହିତ ସୁରିଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ଏକ୍ ଭିଲିୟାନ୍୨’ରେ ନଜର ଆସିପାରନ୍ତି। ଏହି ଚଳଚ୍ଚିତ୍ରର ଘୋଷଣା ନିକଟରେ କରାଯାଇଛି। ଏଥିରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ ଆକ୍ସନ ଷ୍ଟାର୍ ଜନ୍ ଆବ୍ରାହମ୍। ଯଦିଓ ନିକଟରେ ଏକ ସାକ୍ଷାତ୍କାରରେ ଦିଶା ‘ଏକ୍ ଭିଲିୟାନ୍୨’ରେ ନଜର ଆସିବା କଥା ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ତେବେ ବି ତାଙ୍କୁ ଚଳଚ୍ଚିତ୍ରଟିରେ ଆଶା କରାଯାଉଛି।
Follow Us