ବରଫରେ ଫସିଲେ ସୁଇଜର୍‌ଲାଣ୍ଡ୍‌କୁ ହନିମୁନ୍‌ ମନେଇବାକୁ ଯାଇଥିବା ‘ହେଟ୍‌ ଷ୍ଟୋରି’ ଅଭିନେତ୍ରୀ, ଉଦ୍ଧାର କଲା ହେଲିକପ୍ଟର

Advertisment
ବରଫରେ ଫସିଲେ ସୁଇଜର୍‌ଲାଣ୍ଡ୍‌କୁ ହନିମୁନ୍‌ ମନେଇବାକୁ ଯାଇଥିବା ‘ହେଟ୍‌ ଷ୍ଟୋରି’ ଅଭିନେତ୍ରୀ, ଉଦ୍ଧାର କଲା ହେଲିକପ୍ଟର

ନୂଆଦିଲ୍ଲୀ: ‘ହେଟ୍‌ ଷ୍ଟୋରି’ ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇଥିବା ବଲିଉଡ୍‌ ନାୟିକା ପାଓଲି ଦମ୍‌ ନିକଟରେ ସୁଇଜର୍‌ଲାଣ୍ଡ୍‌କୁ ହନିମୁନ୍‌ କରିବାକୁ ଯାଇ ବିପଦରେ ଫସି ଯାଇଥିବା ଜାଣିବାକୁ ମିଳିଛି। ପାଓଲି ତାଙ୍କ ସ୍ୱାମୀଙ୍କ ସହ ଯାଇଥିବା ହନିମୁନ୍‌ ସ୍ପଟ୍‌ରେ ପ୍ରବଳ ବରଫ ଥିବା ହେତୁ ସେଠାରେ ସେ ଦୁହେଁ ଫସି ଯାଇଥିଲେ। ପ୍ରବଳ ଥଣ୍ଡା ହେତୁ ପାଓଲିଙ୍କ ଶରୀର ମଧ୍ୟ ଖୁବ୍‌ ଅସୁସ୍ଥ ହୋଇ ପଡ଼ିଥିଲା। ଏପରି ପରିସ୍ଥିତିରେ ପାଓଲି ଓ ତାଙ୍କ ସ୍ୱାମୀଙ୍କୁ ହେଲିକକ୍ଟରର ସାହାଯ୍ୟ ନେବାକୁ ପଡ଼ିଥିଲା। ହେଲିକପ୍ଟର ଯାଇ ସେ ଦୁହିଁଙ୍କୁ ସେଠାରୁ ନେଇ ଆସିଥିଲା। ସେହି ରେସୋର୍ଟରେ ଥିବା ବାକି ସମସ୍ତେ ବି ସେଠାରେ ଫସିଯାଇଛନ୍ତି। ସେଠାକୁ ଯିବା ପାଇଁ ରେଳ ଏବଂ ଅନ୍ୟ ସମସ୍ତ ଜାନବାହନ ସୁବିଧା ସ୍ଥଗିତ ରହିଛି।

publive-image

ଦୁଇ ବର୍ଷ ସଂପର୍କରେ ରହିବା ପରେ ପାଓଲି ଗତ ଡିସେମ୍ବର ୪ ତାରିଖରେ ଜଣେ ରେଷ୍ଟୁରାଣ୍ଟ ମାଲିକଙ୍କୁ ବିବାହ କରିଛନ୍ତି। ସେ ଦୁହେଁ ପରସ୍ପରଙ୍କୁ ପ୍ରେମ କରି ଉଭୟ ପରିବାରର ସମର୍ଥନରେ ବିବାହ କରିଛନ୍ତି। ସେ ଦୁହେଁ ବିବାହ ପରେ ନିଜର ହନିମୁନ୍‌ ମନାଇବାକୁ ସୁଇଜରଲାଣ୍ଡର ଏକ ସୁନ୍ଦର ବରଫାଚ୍ଛନ ଅଞ୍ଚଳକୁ ବାଛିଥିଲେ। ସେଠାରେ ସେ ପହଞ୍ଚିବା ପରେ ପ୍ରବଳ ବରଫ ହେତୁ ବିପଦରେ ଫସିଯିବା ସହ ପାଓଲି ବି ଶାରୀରିକ ଭାବେ ଅସୁସ୍ଥ ହୋଇପଡ଼ିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe