www.indiatoday.in
ମୁମ୍ବାଇ: ଗତ ଜୁଲାଇ ମାସରେ ଆଇପିଏଲ୍ର ପୂର୍ବତନ ଅଧ୍ୟକ୍ଷ ତଥା ବ୍ୟବସାୟୀ ଲଲିତ ମୋଦୀ ଏକ ଟ୍ବିଟ୍ ପୋଷ୍ଟ୍ କରି ଅଭିନେତ୍ରୀ ସୁସ୍ମିତା ସେନ୍ ଓ ତାଙ୍କ ସଂପର୍କକୁ ନେଇ ଖୁଲାସା କରିଥିଲେ। ସେ ଅଭିନେତ୍ରୀଙ୍କ ସହ ନିଜର କିଛି ଅନ୍ତରଙ୍ଗ ଫଟୋକୁ ସେୟାର କରି ଦୁହେଁ ଦୁହିଁଙ୍କୁ ଡେଟ୍ କରିବା କଥା ସ୍ପଷ୍ଟ କରିବା ସହ ସେମାନଙ୍କ ବିବାହକୁ ନେଇ ସବୁଜ ସଂକେତ ଦେଇଥିଲେ।
ମାତ୍ର ଏବେ ଚର୍ଚ୍ଚା ହେଉଛି ଯେ ସେମାନଙ୍କ ସଂପର୍କ କୁଆଡ଼େ ଭାଙ୍ଗିଯାଇଛି । କାରଣ ଲଲିତ ତାଙ୍କ ଇନ୍ଷ୍ଟାଗ୍ରାମ୍ର ଡିସ୍ପ୍ଲେ ପିକଚର (ଡିପି)ରୁ ସୁସ୍ମିତାଙ୍କ ଫଟୋ ହଟେଇ ଦେଇଥିବା ବେଳେ ତାଙ୍କ ବାୟୋରୁ ବି ସୁସ୍ମିତାଙ୍କ ନାମ ହଟାଇ ଦେଇଛନ୍ତି।
ସେ ପୂର୍ବରୁ ତାଙ୍କ ଡିପିରେ ସୁସ୍ମିତା ଓ ତାଙ୍କର ଏକ ଯୁଗଳ ଫଟୋ ରଖିଥିବା ବେଳେ ତାହାକୁ ହଟାଇ ଆଇପିଏଲ୍ର ଏକ ଫଟୋ ଦେଇଛନ୍ତି। ସେହିପରି ତାଙ୍କ ବାୟୋରେ ପୂର୍ବରୁ ସୁସ୍ମିତାଙ୍କ ସହ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛି ବୋଲି ଲେଖିଥିବା ବେଳେ ଏବେ ଇଣ୍ଡିଆନ୍ ପ୍ରିମିୟମ୍ ଲିଗ୍ ବୋଲି ଲେଖିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ଜୁଲାଇରେ ବିବାଦୀୟ ବ୍ୟବସାୟୀ ଲଲିତ ମୋଦୀ ସୁସ୍ମିତାଙ୍କ ସହ ଦୁଇଟି ଫଟୋ ସେୟାର୍ କରିଥିଲେ। ସେ ଫଟୋ ସେୟାର୍ କରିବା ସହ ନୂଆ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ଲେଖିଥିଲେ। ତେବେ ସେ ବିବାହ କରିିନାହାନ୍ତି ବୋଲି ମଧ୍ୟ ତାଙ୍କ ପୋଷ୍ଟ୍ରେ ସ୍ପଷ୍ଟ କରିଥିଲେ।
Follow Us