୭୦ତମ ଜନ୍ମଦିବସ ଉପଲକ୍ଷେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡିଂ ହେଉଛି #ଏଚ୍‌ବିଡିସୁପର୍‌ଷ୍ଟାର୍‌ରଜନୀକାନ୍ତ

Advertisment
୭୦ତମ ଜନ୍ମଦିବସ ଉପଲକ୍ଷେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡିଂ ହେଉଛି #ଏଚ୍‌ବିଡିସୁପର୍‌ଷ୍ଟାର୍‌ରଜନୀକାନ୍ତ

ମୁମ୍ବାଇ: ସୁପ୍ରସିଦ୍ଧ ତାମିଲ୍‌ ଅଭିନେତା ରଜନୀକାନ୍ତଙ୍କର ଆଜି ୭୦ତମ ଜନ୍ମଦିବସ। ରଜନୀକାନ୍ତଙ୍କ ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକମାନେ ସୋସିଆଲ୍‌ ମିଡିଆ ସାଇଟ୍‌ରେ ହାସ୍‌ ଟ୍ୟାଗ୍‌ ଦେଇ ହାପିବାର୍ଥଡେ ରଜନୀକାନ୍ତ ଲେଖି ପୋଷ୍ଟ୍‌ କରି ଚାଲିଛନ୍ତି। ସୋସିଆଲ୍‌ ମିଡିଆରେ #ଏଚ୍‌ବିଡିସୁପର୍‌ଷ୍ଟାର୍‌ରଜନୀକାନ୍ତ ଏବେ ଖୁବ୍‌ ଜୋର୍‌ରେ ଟ୍ରେଣ୍ଡିଂ ହେବାରେ ଲାଗିଛି।

୪ ଦଶଂଧିରୁ ଅଧିକ ଦିନ ହେବ ରଜନୀକାନ୍ତ ତାଙ୍କ ଅଭିନୟ ଦୁନିଆରେ ସକ୍ରିୟ ରହି ଆସିଛନ୍ତି। ଏହି ବର୍ଷ ଗୁଡ଼ିକରେ ସେ ତାଙ୍କର ଅଗଣିତ ପ୍ରଶଂସକ ବନେଇ ପାରିଛନ୍ତି। ସୋସିଆଲ୍‌ ମିଡିଆରେ ରଜନୀକାନ୍ତଙ୍କ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ ଭୂରି ଭୂରି ପ୍ରଶଂସାରେ ପୋତି ଦେଇଛନ୍ତି।

ରଜନୀକାନ୍ତଙ୍କର ଜଣେ ପ୍ରଶଂସକ ଲେଖିଛନ୍ତି ଚଳଚ୍ଚିତ୍ର ଶିଳ୍ପର ଏକମାତ୍ର ସୁପର୍‌ଷ୍ଟାର୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା। ସେହିପରି ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି ତାମିଲ୍‌ ଇଣ୍ଡଷ୍ଟ୍ରିର ବସ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe