ଭୁବନେଶ୍ବର: ଜେଜେମା ଓ ଗପ- ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ... ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଜେଜେମା କଥା ଉଠିଲେ ମନକୁ କିଛି ଆସୁ କି ନଆସୁ ଗପର ପସରା, ଗପର ଗମୁର ପେଡ଼ି କଥା ମନକୁ ଛାଏଁ ଚାଲିଆସେ । ଆଉ ଆଗରୁ ଘରେ ଘରେ ଜେଜେମାମାନେ ନାତି, ନାତୁଣୀଙ୍କ ସହ ପିଲାଙ୍କୁ ଗୋଟେ ଜାଗାରେ ବସାଇ ଗପ କହୁଥିଲେ । ବୁଢୀ ଅସୁରୁଣୀ ଗପ ହେଉ କି ମାଡ଼ହାଣ୍ଡି ଗପ- ସବୁ ଆମେ ଜେଜେମା ମୁହଁରୁ ଶୁଣୁ । ଏବେ କିନ୍ତୁ ସେସବୁ ଦେଖିବାକୁ ମିଳୁନି । ମୋବାଇଲ ଯୁଗରେ ପିଲା ଗପ ଫୋନରେ ଶୁଣୁଛନ୍ତି ପଛେ ଜେଜେମାଠୁ ଆଉ ଶୁଣିବାକୁ ପାଉନାହାନ୍ତି । ପିଲାମାନେ ଯେହେତୁ ଗାଁରେ ଆଉ ରହୁନାହାନ୍ତି ତେଣୁ ଧିରେଧିରେ ସମାଜରେ ଜେଜେମା ଓ ଗପର ସେ ପସରା ଦେଖିବାକୁ ମିଳୁନି । ହଜିହଜି ଯାଉଥିବା ଏହି ପରମ୍ପରାକୁ ପୁଣି ଥରେ ଏକ ମ୍ୟୁଜିକ ଭିଡିଓ ମାଧ୍ଯମରେ ଜୀବିତ କରିବାକୁ ଚାହିଁଛନ୍ତି ଟିମ୍ ‘କଳା ବାନ୍ଧବ’…
ହଁ ଆଜ୍ଞା ! ନିକଟରେ ରିଲିଜ ହୋଇଥିବା ଏକ ମ୍ୟୁଜିକ ଭିଡିଓରେ ଜେଜେମା ଗପ କାହାଣୀର ଝଲକ ଦେଖିବାକୁ ମିଳିଥିବା ବେଳେ ମହାପ୍ରଭୁ ଏବଂ କୁନି ମୀରାର କାହାଣୀ ଦେଖିବାକୁ ମିଳିଛି । ‘ହେ କଳା ବାନ୍ଧବ’ ନାଁକୁ ଏକ ମ୍ୟୁଜିକ ଭିଡିଓ ହେଇଥିଲେ ହେଁ କିନ୍ତୁ ଦେଖିବାକୁ ଗଲେ ଏହା ଏକ ଛୋଟ ସିନେମା ପରି । ଏ କାହାଣୀ ମୀରାର, କାହାଣୀ ଅଭିମାନର, କାହାଣୀ କୌତୁହଳର, କାହାଣୀ ମୀରା ଓ କାଳିଆର ବନ୍ଧୁତ୍ୱର ଏକ ଦୃଢ ପ୍ରତିଫଳନ ।
ଜଗନ୍ନାଥ - ଅନୁଭବର ଠାକୁର, ଅଭିମାନର ଠାକୁର… ଭକ୍ତଟିଏ ତାଙ୍କୁ ନଦେଖି ପାରିଲେ ତାଙ୍କ ଉପରେ ଅଭିମାନ କରେ । ଜଗନ୍ନାଥଙ୍କ ଉପରେ ଅଭିମାନ କରିବାର ଅଧିକାର ଆମ ସମସ୍ତଙ୍କର ଅଛି । ଠିକ୍ ଭଜନରେ ଦୃଷ୍ଟିହୀନ ଝିଅର ଅଭିମାନ ପରି… ଜଗାକୁ ନଦେଖି ପାରିବାର ଅଭିମାନ, ତାକୁ ନଧରି ପାରିବାର ଅବସୋସ, ତାସହ ନଖେଳି ପାରିବାର ଅଝଟପଣକୁ ନେଇ ହିଁ ଭଜନର କାହାଣୀ ଗତିଶୀଳ ।
/filters:format(webp)/sambad/media/media_files/2025/12/29/hye-kalabandhab-2025-12-29-22-48-14.jpg)
ଆହୁରି ପଢନ୍ତୁ- Russia-Ukraine War : ପୁଟିନଙ୍କ ଘର ଉପରେ ଡ୍ରୋନ ଆକ୍ରମଣ !
‘ହେ କଳା ବାନ୍ଧବ’ର କାହାଣୀ କଣ ?
ଆମ ପରି ଆଖି ଥିବା ଲୋକ ସିନା ଜଗନ୍ନାଥଙ୍କୁ ମନ୍ଦିର ଯାଇ ଦେଖିପାରୁଛି କିମ୍ବା ଫଟୋରେ ତାଙ୍କୁ ଦେଖିପାରୁଛି । ଜଗନ୍ନାଥ ଦେଖିବାକୁ କେମିତି ବୋଲି ପଚାରିଲେ ସିଏ- କଳା ମଚମଚ ଦେହରେ ଚକାଚକା ଆଖି କଥା କହୁଛି । ହେଲେ ଆଖି ନଥିବା ମଣିଷ ପାଇଁ ଜଗନ୍ନାଥ କେମିତି ଦେଖିବାକୁ ? ଆଖି ନଥିବା ମଣିଷଟି ମହାପ୍ରଭୁଙ୍କୁ କେମିତି ଦେଖେ ? ଦୃଷ୍ଟିଶକ୍ତି ହରାଇଥିବା ବ୍ୟକ୍ତିଟି ଦାରୁଦିଅଁଙ୍କୁ କେଉଁ ରୂପରେ ଦର୍ଶନ କରେ ? ଏ ପ୍ରଶ୍ନର ଉତ୍ତର ନିକଟରେ ରିଲିଜ ହୋଇଥିବା ଏକ ସୁନ୍ଦର ଭାବପୂର୍ଣ୍ଣ ଭଜନ ‘ହେ କଳା ବାନ୍ଧବ’ରେ ପ୍ରତିଫଳିତ ହୋଇଛି ।
ଆହୁରି ପଢନ୍ତୁ- DRDO : ଦୂରଗାମୀ ଗାଇଡେଡ୍ ରକେଟ ପିନାକର ପ୍ରଥମ ଫ୍ଲାଇଟ୍ ଟେଷ୍ଟ
/filters:format(webp)/sambad/media/media_files/2025/12/29/sai-divyanshi-2025-12-29-22-50-11.jpg)
ପ୍ରଶଂସା ସାଉଁଣ୍ଟୁଛନ୍ତି ସାଇ ଦିବ୍ୟାଂଶୀ
ଏଥିରେ ମୁଖ୍ୟ ଭୂମିକାରେ ଶିଶୁ କଳାକାର ସାଇ ଦିବ୍ୟାଂଶୀ ଅଭିନୟ କରିଥିବା ବେଳେ ଭଜନରେ କଣ୍ଠଦାନ ମଧ୍ୟ କରିଛନ୍ତି । ତାଙ୍କ ସୁନ୍ଦର କଣ୍ଠର ଯାଦୁରେ ଶ୍ରୋତା ଝୁମୁଛନ୍ତି ଆଉ ତାଙ୍କ ଅଭିନୟକୁ ବି ବେଶ ପସନ୍ଦ କରୁଛନ୍ତି । ପଞ୍ଚମ ଶ୍ରେଣୀରେ ପଢୁଥିବା ସାଇ ନିଜ କାମ ପାଇଁ ବେଶ ଖୁସି ଅଛନ୍ତି । ଏବଂ ଆଗକୁ ସେ ଆହୁରି ସୁନ୍ଦର ସୁନ୍ଦର ଗୀତ ଗାଇବାକୁ ଇଚ୍ଛା ରଖିଛନ୍ତି ।
ଜେଜେମା ଭୂମିକାରେ ଈଶା ବିବର୍ତ୍ତl
‘ଡବି ବବ୍ଲି’ (Dubby Bubbly) ପ୍ରସ୍ତୁତ ଏହି ଗୀତଟି ଶ୍ରୋତାଙ୍କ ମନକୁ ବେଶ୍ ଛୁଇଁପାରିଛି। ମନୋଜ ଏବଂ ସମୀକଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ବିଶ୍ୱଜିତ ପଟ୍ଟନାୟକଙ୍କ ଦ୍ବାର ପ୍ରଯୋଜିତ ଏହି ଭଜନରେ ଜଣେ କୁନି ଝିଅ (ମୀରା)ର ଜଗା ପ୍ରତି ଥିବା ନିଷ୍କପଟ ଭକ୍ତି ଓ ଆବେଗକୁ ଅତି ସୁନ୍ଦର ଭାବେ ଚିତ୍ରଣ କରାଯାଇଛି। ତେବେ ଭେଟେରାନ ଅଭିନେତ୍ରୀ ଈଶା ବିବର୍ତ୍ତl ଏଛିରେ ଜେଜେମା ଭୂମିକାରେ ନଜର ଆଜିଛନ୍ତି । ଘରେଘରେ ପରିଚିତ ସେହି ଚିହ୍ନା ମୁହଁଙ୍କୁ ପୁଣି ଥରେ ଏକ ସୁନ୍ଦର କାହାଣୀରେ ଦେଖିଛନ୍ତି ଦର୍ଶକ । ଜମ୍ବେଶ୍ୱର ଖୁଣ୍ଟିଆ ଏଥିରେ ଅଭିନୟ କରିଛନ୍ତି। ଭକ୍ତିର ଏହି ସୁନ୍ଦର ଭଜନକୁ ଗୀତିକାର ପୁଷ୍ପକ ପରିଡ଼ା ଶବ୍ଦରେ ସଜାଇଥିବା ବେଳେ ମ୍ୟୁଜିକ ଅନିଲ ନାଏକ ଦେଇଛନ୍ତି ।
/filters:format(webp)/sambad/media/media_files/2025/12/29/divyanshi-and-her-father-2025-12-29-22-51-32.jpeg)
ଝିଅର ନିଶା ପାଇଁ ବାପାଙ୍କ ତ୍ୟାଗ
କୁନିଝିଅ ସାଇଙ୍କ ଭିତରେ ଥିବା କଳାକୁ ସାମ୍ନାକୁ ଆଣିବାକୁ ଏବଂ ଝିଅର ଅନ୍ତର୍ନିହିତ ଗୁଣର ପରିପ୍ରକାଶ ପାଇଁ ବାପା ସାଜିଛନ୍ତି ବଡ଼ ସପୋର୍ଟର । ସାଇଙ୍କ ବାପା ବିଶ୍ବଜିତ ଶତପଥୀ ତାଙ୍କ ଦରମାର ସିଂହଭାଗ ଝିଅର ମ୍ୟୁଜିକ ଭିଡିଓ, ତାଙ୍କ ଗୀତ, ଅଭିନୟରେ ଖର୍ଚ୍ଚ କରନ୍ତି । ତେଣୁ ଗୋଟେ ଝିଅ ପାଇଁ ବାପାର ଏହି ତ୍ୟାଗ ସମାଜ ପାଇଁ ବେଶ ପ୍ରେରଣାଦାୟୀ । ତେବେ ପୂରା ଟିମର ଏହି ପ୍ରୟାସକୁ ଦର୍ଶକ ବେଶ ପସନ୍ଦ କରୁଥିବା ବେଳେ ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/12/29/he-kala-bandhaba-2025-12-29-22-53-29.jpg)