୬୦ ବର୍ଷ ପରେ ଅଭିନେତ୍ରୀ ଡେଜିଙ୍କ ଚାଞ୍ଚଲ୍ୟକର ବୟାନ: ‘ମୋ ଅଭିଭାବକ ମୋ ସହ ଦୁଷ୍କର୍ମ କରିଥିଲା...’

Advertisment
୬୦ ବର୍ଷ ପରେ ଅଭିନେତ୍ରୀ ଡେଜିଙ୍କ ଚାଞ୍ଚଲ୍ୟକର ବୟାନ: ‘ମୋ ଅଭିଭାବକ ମୋ ସହ ଦୁଷ୍କର୍ମ କରିଥିଲା...’

Times Now

ନୂଆଦିଲ୍ଲୀ: ବଲିଉଡ୍‌ର ବିିଗତ ଦିନର ଜଣେ ନିପୁଣା ଶିଶୁ କଳାକାର ଭାବେ ଯଥେଷ୍ଟ ସୁନାମ ରହିଛି ଅଭିନେତ୍ରୀ ଡେଜି ଇରାନୀଙ୍କର। ବିଂଶ ଶତାବ୍ଦୀର ୫୦ ଦଶକରେ ‘ନୟା ଦୌର’ ଠାରୁ ଆରମ୍ଭ କରି ‘ଧୂଲ୍‌ କା ଫୁଲ୍‌’ ପର୍ଯ୍ୟନ୍ତ ଏକାଧିକ ଚଳଚ୍ଚିତ୍ରରେ ଡେଜିଙ୍କ ନିଖୁଣ ଅଭିନୟ ଥିଲା ବଲିଉଡ୍‌ରେ ଚର୍ଚ୍ଚାର ବିଷୟ।

ତେବେ, ବଲିଉଡ୍‌ର ଏହି ଭେଟେରାନ୍‌ ଅଭିନେତ୍ରୀ ଏବେ ତାଙ୍କର ପରିଣତ ବୟସରେ (୬୬ ବର୍ଷ) ତାଙ୍କ ସହ ଘଟିଥିବା ଏକ କଳଙ୍କିତ, ଲଜ୍ଜାଜନକ ଘଟଣା ବାବଦରେ ଦେଇଛନ୍ତି ଏକ ଚାଞ୍ଚଲ୍ୟକର ବୟାନ; ‘ମାତ୍ର ଛଅ ବର୍ଷ ବୟସ୍କା ହୋଇଥିବା ବେଳେ ସେ ତାଙ୍କର ଜଣେ ଅଭିଭାବକ ଦ୍ୱାରା ହୋଇଥିଲେ ଦୁଷ୍କର୍ମର ଶିକାର।’ ‘ମୁମ୍ବାଇ ମିରର୍‌’ ନାମକ ଟାବ୍‌ଲଏଡ୍‌କୁ ଏକ ସାକ୍ଷାତକାର ଦେବା ଅବସରରେ ଅଭିନେତ୍ରୀ ଡେଜି କହିଛନ୍ତି, ‘ଏହି ଘଟଣା ତାଙ୍କ ପାଇଁ ଏତେ ମାତ୍ରାରେ ଦୁଃଖଦାୟକ ଥିଲା ଯେ ଏହାକୁ ବାହାରେ ପ୍ରକାଶ କରି ନିଜ ଦୁଃଖକୁ ଲାଘବ କରିବା ପାଇଁ ତାଙ୍କୁ ଦୀର୍ଘ ୬୦ ବର୍ଷ ଲାଗିଗଲା।’

publive-image

ସେଦିନର ସେଇ ଘଟଣାକୁ ମନେ ପକାଇ ଡେଜି କହନ୍ତି, ‘ଯେଉଁ ଲୋକଟି ମୋ ସହ ଏହି ଅପକର୍ମ କରିଥିଲା, ସେ ଥିଲା ମୋର ଜଣେ ଅଭିଭାବକ। ସେତେବେଳେ ମାଡ୍ରାସରେ ଚାଲିଥିବା (ହମ୍‌ ପଞ୍ଛି ଏକ୍‌ ଡାଲ୍‌ କେ) ଚଳଚ୍ଚିତ୍ରର ସୁଟିଂରେ ଅଂଶଗ୍ରହଣ କରିବା ପାଇଁ ତାଙ୍କ ସହ ମାଡ୍ରାସ ଯାଇଥିଲି। ଦିନେ ରାତିରେ ହଠାତ୍‌ ସେ ଉଗ୍ର ହୋଇପଡ଼ି ମୋ ସହ ଦୁଷ୍କର୍ମ କଲେ, ପ୍ରତିବାଦ କରିବାରୁ ବେଲ୍ଟରେ ବାଡ଼େଇଲେ ଓ ଧମକ ଦେଇ କହିଲେ ଯଦି ଏହି ଘଟଣା ବାବଦରେ କାହାକୁ କିଛି କହେ ତେବେ ସେ ମୋତେ ହତ୍ୟା କରିଦେବେ। ମୋର ସେଇ ଅଭିଭାବକ ଜଣଙ୍କର ନାମ ନଜର୍‌ ଏବଂ ଖ୍ୟାତନାମା ଗାୟକ ଜୋହରାବି ଅମ୍ବେଲେଓ୍ଵାଲିଙ୍କ ସଂପର୍କୀୟ ଥିଲେ। ଏବେ ତାଙ୍କର ପରଲୋକ ହୋଇଗଲାଣି’ ବୋଲି କହିଛନ୍ତି ଡେଜି।

ଏ ଘଟଣାକୁ ଏକ ଦୁର୍ଘଟଣା ବୋଲି ମନେକରି ମୁଁ ଭୁଲି ଯିବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଭୁଲିପାରି ନାହିଁ। ସେଦିନର ସେଇ ଯନ୍ତ୍ରଣା ମୋତେ ଏବେ ବି ପୀଡ଼ା ଦେଉଛି। ଏ ଘଟଣା ସଂପର୍କରେ ଯଦିଓ ମୋ ମା’ଙ୍କୁ କିଛି ବି ହେଲେ କହି ନଥିଲି, ତଥାପି ମୋ ଭଉଣୀ ଓ ତିନି ପିଲା ଏ ବାବଦରେ ଜାଣିଛନ୍ତି .ବୋଲି କହିଛନ୍ତି ଡେଜି ଇରାନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe