ମୁମ୍ବାଇ: ବଲିଉଡ୍ର ଅନ୍ୟତମ ଚର୍ଚ୍ଚିତ ଅଭିନେତା, ନିର୍ଦ୍ଦେଶକ ତଥା ଟେଲିଭିଜନ ବ୍ୟକ୍ତିତ୍ୱ ସାଜିଦ୍ ଖାନ୍ଙ୍କ ଉପରେ ଏକ ସାଂଘାତିକ ଅଭିଯୋଗ ଲଗାଇଛନ୍ତି ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରା। ଅଭିନେତ୍ରୀ ଶେର୍ଲିନ୍ ସୋମବାର ଏକ ଟୁଇଟ୍ କରି କହିଛନ୍ତି, ‘ଯେତେବେଳେ ମୁଁ ଏପ୍ରିଲ ୨୦୦୫ରେ, ମୋ ବାପାଙ୍କ ଦେହାନ୍ତ ହେବାର କିଛିଦିନ ପରେ, ତାଙ୍କୁ (ସାଜିଦ ଖାନ) ସହିତ ସାକ୍ଷାତ କରିଥିଲି, ସେତେବେଳେ ସେ ତାଙ୍କର ଗୁପ୍ତାଙ୍ଗକୁ ପ୍ରଦର୍ଶିତ କରି ଅଶ୍ଳୀଳ କାର୍ଯ୍ୟ କରିବା ଲାଗି କହିଥିଲେ ।’ ଶେର୍ଲିନ୍ ଆହୁରି ମଧ୍ୟ ଲେଖିଛନ୍ତି, ମୋର ମନେ ଅଛି ଯେ ତାଙ୍କୁ କହିଥିଲି, ତାଙ୍କ ସହ ମୋର ସାକ୍ଷାତ କରିବାର ଉଦ୍ଦେଶ୍ୟ ଏହା ନୁହେଁ।’ ଶେର୍ଲିନ୍ଙ୍କ ଏହି ଟୁଇଟ୍କୁ କେନ୍ଦ୍ର କରି ବଲିଉଡ୍ରେ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିବା ବେଳେ ଏ ସଂପର୍କରେ କିନ୍ତୁ ଏଯାବତ ମୁହଁ ଖୋଲି ନାହାନ୍ତି ସାଜିଦ୍ ଖାନ୍।
ତେବେ, ସାଜିଦ୍ ଖାନ୍ଙ୍କ ସଂପର୍କରେ ଏପରି ଅଭିଯୋଗ କିଛି ନୂଆ ଘଟଣା ନୁହେଁ। ଶେର୍ଲିନ୍ଙ୍କ ଅଭିଯୋଗର ଗୋଟିଏ ଦିନ ପୂର୍ବରୁ ଦିବଂଗତ ଅଭିନେତ୍ରୀ ଜିୟା ଖାନ୍ଙ୍କ ଭଉଣୀ ମଧ୍ୟ ସାଜିଦ୍ଙ୍କ ଉପରେ ଆଉ ଏକ ସଂଗୀନ୍ ଅଭିଯୋଗ ଲଗାଇଥିଲେ। ଦିବଂଗତ ଅଭିନେତ୍ରୀ ଜିଆ ଖାନଙ୍କ ଭଉଣୀ ଅଭିଯୋଗ କରି କହିଥିଲେ ଯେ ସାଜିଦ୍ ଖାନ୍ ଥରେ ରିହର୍ସାଲ୍ ସମୟରେ ଜିୟାଙ୍କୁ ତାଙ୍କ ଟପ୍ କାଢ଼ି଼ିବାକୁ କହିଥିଲେ ଏବଂ ତାଙ୍କ ଅନ୍ତଃବସ୍ତ୍ରରେ ଥିବା ଲେଖାକୁ ପଢ଼ିବାକୁ କହିଥିଲେ। ଏହି ଘଟଣା ପରେ ଜିୟା ଆସି ଘରେ କାନ୍ଦିଥିିଲେ। ଜିୟା କହିଥିଲେ, ମୋର ଏକ ଚୁକ୍ତି ଅଛି, ଯଦି ମୁଁ ଚଳଚ୍ଚିତ୍ର ଛାଡ଼ି ଚାଲିଯାଏ, ସେ ମକଦ୍ଦମା କରିବେ ... ଯଦି ମୁଁ ରହିବି ... ମୋତେ ହଇରାଣ କରାଯିବ... ଏହା ହଜିଯିବା ଭଳି ପରିସ୍ଥିତି।’ ଜିଆଙ୍କ ଭଉଣୀ କହିଥିଲେ ଯେ ଜିଆ ସାଜିଦଙ୍କ ସହ ୨୦୧୦ର ଚଳଚ୍ଚିତ୍ର ‘ହାଉସଫୁଲ୍’ରେ ଅଭିନୟ କରିଥିଲେ।
Follow Us