ସଂଶୋଧନ କରିବାକୁ ଯାଇ ଭୁଲ୍ କହିଦେଲେ

Advertisment
ସଂଶୋଧନ କରିବାକୁ ଯାଇ ଭୁଲ୍ କହିଦେଲେ

representetional immage - Koimoi

ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଡାକ୍‌ସ ସେପାର୍ଡଙ୍କ ଆଲୋଚନା କାର୍ଯ୍ୟକ୍ରମରେ ଭାଗ ନେବା ପରେ ତା’କୁ ନେଇ ଚର୍ଚ୍ଚା ଜୋର ଧରିଛି। ବଲିଉଡ୍‌ ଛାଡ଼ି ହଲିଉଡ୍‌ ଯିବାର କାରଣରୁ ଆରମ୍ଭ କରି ବଲିଉଡ୍‌ର ସ୍ଥିତି ସମ୍ପର୍କରେ ପ୍ରିୟଙ୍କାଙ୍କ ମତାମତ ତାଙ୍କ ପ୍ରଶଂସକଙ୍କ ମନ ଜିଣୁଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରଶ୍ନକର୍ତ୍ତା ଡାକ୍‌ସ ଯେତେବେଳେ ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରକୁ ବଲିଉଡ୍‌ ସିନେମା ବୋଲି କହିଥିଲେ ପ୍ରିୟଙ୍କା ସଙ୍ଗେ ସଙ୍ଗେ ହସ୍ତକ୍ଷେପ କରି କହିଥିଲେ ଯେ ତାହା ବଲିଉଡ୍‌ ଚଳଚ୍ଚିତ୍ର ନୁହେଁ। ଏଥିପାଇଁ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା।

ପ୍ରିୟଙ୍କା ଆରମ୍ଭରୁ ନିର୍ଦେଶକ ଏସ୍‌ ଏସ୍‌ ରାଜାମୌଲୀ ଓ ‘ଆର୍‌ଆର୍‌ଆର୍‌’ ଟିମ୍‌କୁ ଉତ୍ସାହିତ କରିଆସିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ପ୍ରଦର୍ଶିତ ହେବା ବେଳେ ସେ ଉପସ୍ଥିତ ରହିଥିଲେ। ଓସ୍କାର୍ ଉତ୍ସବ ପୂର୍ବରୁ ଅଭିନେତା ରାମ ଚରଣ ଓ ତାଙ୍କ ପତ୍ନୀ ଉପାସନା ଲସ୍‌ ଆଞ୍ଜେଲସ୍‌ରେ ପହଞ୍ଚିବା ପରେ ପ୍ରିୟଙ୍କା ସେମାନଙ୍କୁ ନିଜ ଘରର ଅତିଥି କରି ରଖିଥିଲେ। ରୋଚକ କଥା ହେଉଛି ଅଭିନେତା ରାମ ଚରଣ ପ୍ରିୟଙ୍କାଙ୍କ ସହିତ ନିଜର ପ୍ରଥମ ବଲିଉଡ୍‌ ଚଳଚ୍ଚିତ୍ର ‘ଜଞ୍ଜିର’ରେ ଅଭିନୟ କରିଥିଲେ। ତେଣୁ ‘ଆର୍‌ଆର୍‌ଆର୍‌’ ସହିତ ତାଙ୍କର ବହୁମୁଖୀ ସମ୍ପର୍କ ରହିଛି। ସେହପରି ପ୍ରିୟଙ୍କା ଅଭିନୟ କରିଥିବା ପ୍ରଥମ ଚଳଚ୍ଚିତ୍ର ହେଉଛି ଏକ ତାମିଲ ସିନେମା ଯାହାର ନାମ ‘ତମିଝାନ’। ଏହା ସତ୍ତ୍ବେ ସେ ଉପରୋକ୍ତ ସାକ୍ଷାତକାରରେ ଉପସ୍ଥାପକ ଡାକ୍‌ସ ସେପାର୍ଡଙ୍କୁ ‘ଆର୍‌ଆର୍‌ଆର୍‌’ ଏକ ତାମିଲ ଚଳଚ୍ଚିତ୍ର ବୋଲି କହିବା ଅନେକଙ୍କୁ ଚକିତ କରିଛି। ଏହା ପ୍ରକୃତରେ ଏକ ତେଲୁଗୁ ଚଳଚ୍ଚିତ୍ର ବୋଲି ସେ ନିଶ୍ଚୟ ଜାଣନ୍ତି, ଭୁଲ୍‌ବଶତଃ ସେ ତାମିଲ କହିଦେଇଛନ୍ତି ବୋଲି ତାଙ୍କ ପ୍ରଶଂସକମାନେ ତେଲୁଗୁ ଭାଷାଭାଷୀଙ୍କ କ୍ରୋଧ ପ୍ରଶମିତ କରିବାକୁ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe