ବଲିଉଡକୁ ଆସୁଛନ୍ତି ହୀନା? ‘ବିଗବସ୍‌-୧୧’ରେ ପ୍ରଥମ ରନର୍ସ ଅପ୍‌ ହେବା ପରେ ଜୋର ଧରିଛି ଚର୍ଚ୍ଚା

Advertisment
ବଲିଉଡକୁ ଆସୁଛନ୍ତି ହୀନା? ‘ବିଗବସ୍‌-୧୧’ରେ ପ୍ରଥମ ରନର୍ସ ଅପ୍‌ ହେବା ପରେ ଜୋର ଧରିଛି ଚର୍ଚ୍ଚା

Bollywood Crazies

‘ବିଗବସ୍‌-୧୧’ ବିଜୟିନୀ ଶିଳ୍ପା ସିନ୍ଦେ ଯେତିକି ଚର୍ଚ୍ଚାରେ ଅଛନ୍ତି, ଏହାର ପ୍ରଥମ ରନର୍ସ ଅପ୍‌ ତଥା ଅନ୍ୟତମ ଟେଲିଭିଜନ୍‌ ଅଭିନେତ୍ରୀ ହୀନା ଖାନ୍‌ ମଧ୍ୟ କିଛି କମ୍‌ ଚର୍ଚ୍ଚାରେ ନାହାନ୍ତି। ପୂର୍ବରୁ ‘ଖତରୋଁ କେ ଖିଲାଡୀ’ ରିଅଲିଟି ଶୋ’ର ପ୍ରଥମ ରନର୍ସ ଅପ୍‌ ହୋଇଥିଲେ; ଏବେ ‘ବିଗ୍‌ ବସ୍‌’ ଟାଇଟଲ୍‌ ହାସଲରୁ ଅଳ୍ପକେ ବାଦ୍‌ ପଡ଼ି, ପୁଣି ଥରେ ପ୍ରଥମ ରନର୍ସ ଅପ୍‌ ହେବାର ଗୌରବ ହାସଲ କରି, ଅଗଣିତ ପ୍ରଶଂସକଙ୍କ ହୃଦୟ ଜିଣିଛନ୍ତି। ‘ବିଗ୍‌ ବସ୍‌’ର ‘ଶେର୍‌ ଖାନ୍‌’ ହୀନା ଏବେ ରିଅଲିଟି ଶୋ’ ଦୁନିଆର ଜଣେ ଆଗଧାଡ଼ିର ସେଲିବ୍ରିଟି। ଦୁଇ ଦୁଇଟି ବଡ଼ ରିଅଲିଟି ଶୋ’ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହେବା, ହୀନାଙ୍କ ବୁଦ୍ଧିମତା, ସୌନ୍ଦର୍ଯ୍ୟ ଓ କଳା ଦକ୍ଷତାର ପରିଚୟ।

publive-image YouTube

ଜମ୍ମୁ-କଶ୍ମୀରର ଶ୍ରୀନଗରରେ ୧୯୮୭ରେ ତାଙ୍କର ଜନ୍ମ। ବ୍ୟବସାୟ ପରିଚାଳନାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସାମ୍ବାଦିକା କିଂବା ବିମାନ ପରିଚାରିକା ହେବା ଲକ୍ଷ୍ୟ ଥିଲା; ସମ୍ଭବ ହେଲାନାହିଁ। କିଛି ଦିନ ମଡେଲିଂ କରିଥିଲେ। ୨୦୦୯ରେ ଟିଭି ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହୈ’ରୁ ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ‘ଅକ୍ଷରା’ ଭୂମିକାରେ ନିଖୁଣ ଅଭିନୟ କରି ଜଣେ ଆଗଧାଡ଼ିର ଟିଭି ଅଭିନେତ୍ରୀ ଭାବେ ନିଜକୁ ପ୍ରମାଣିତ କରିଥିଲେ। ‘ନାଚ୍‌ ବଲିୟେ ୬’ ଓ ‘ବିଗ୍‌ ବସ୍‌-୧୦’ ରେ ବି ସେ ଭାଗ ନେଇଥିଲେ। ଦୀର୍ଘ ଆଠ ବର୍ଷର ଲମ୍ବା ଅଭିନୟ ପରେ ୨୦୧୬ରେ ଏହି ଧାରାବାହିକ ଛାଡ଼ି, ରିଅଲିଟି ଶୋ’ରେ ଭାଗ୍ୟ ପରୀକ୍ଷା କରିଥିଲେ। ଅଗକୁ ବଲିଉଡ୍‌ରେ ତାଙ୍କୁ ସୁଯୋଗ ମିଳିବା ନେଇ ଚର୍ଚ୍ଚା ଆରମ୍ଭ ହେଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe