www.aajtak.in
ମୁମ୍ବାଇ: ବଲିଉଡ୍ରେ ଲୋକେ ହେମା ମାଳିନୀଙ୍କୁ ତାଙ୍କ ନୃତ୍ୟ ପାଇଁ ହିଁ ବେଶି ଭଲ ଭାବେ ଜାଣନ୍ତି। ଜଣେ ଭଲ ଅଭିନେତ୍ରୀ ହୋଇଥିବା ବେଳେ ହେମା ଜଣେ ଉତ୍ତମ ନୃତ୍ୟଶିଳ୍ପୀ ମଧ୍ୟ। ୭୩ ବର୍ଷୀୟା ହେମା ନିକଟରେ କରିଥିବା ଏକ ନୃତ୍ୟ ପରିବେଷଣର ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି।
ହେମା ସେହି ସମୟର ଭିଡିଓ ସେୟାର କରି ନାଗପୁରରେ ହୋଇଥିବା ଏହି ଭିଭେଣ୍ଟ୍ରେ ସେ ଲଗାତାର ୨ ଘଣ୍ଟା ନୃତ୍ୟ ପ୍ରଦର୍ଶନ କରିଥିବା ସୂଚନା ଦେଇଛନ୍ତି। ଫଟୋରୁ ଦେଖି ଜାଣିବାକୁ ମିଳିଛି ଯେ ହେମା ରାଧାରାଣୀ ବେଶରେ ନୃତ୍ୟ ପ୍ରଦର୍ଶନ କରିିଥିଲେ।
ହେମା ନୃତ୍ୟ ପ୍ରଦର୍ଶନ କରିଥିବା ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରି। ହେମାଙ୍କ ଚମତ୍କାର ନୃତ୍ୟ ୨ ଘଣ୍ଟା ଧରି ଦର୍ଶକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥିଲା। କେହି ବି ଦର୍ଶକ ହେମା ନୃତ୍ୟ ପ୍ରଦର୍ଶନ କରୁଥିବା ବେଳେ ସେ ସ୍ଥାନ ଛାଡ଼ି ବାହାରକୁ ଯାଇନଥିଲେ।
ହେମା ମାଳିନୀଙ୍କୁ ତାଙ୍କର ଏହି ନୃତ୍ୟ ପ୍ରଦର୍ଶନ ପାଇଁ ଦର୍ଶକ ଖୁବ୍ ପ୍ରଶଂସା କରିଛନ୍ତି। ସେ କରିଥିବା ପୋଷ୍ଟ୍ରେ ଅନେକ ପ୍ରଶଂସକ ଭଲ ଭଲ କମେଣ୍ଟ୍ ସବୁ ଦେଇଛନ୍ତି। ଜଣେ ଦର୍ଶକ ଲେଖିଛନ୍ତି, ‘ଆପଣ କାଲି ନୃତ୍ୟ ପରିବେଷଣ କରୁଥିବା ବେଳେ ମୁଁ ସେଠାରେ ଉପସ୍ଥିତ ଥିଲି’। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ‘ଆପଣ ହେଉଛନ୍ତି ଏକ ଜୀବନ୍ତ ଯାଦୁ’।
ଏହିପରି ହେମାଙ୍କୁ ପୂର୍ବରୁ ବି ଅନେକ ଥର ମଞ୍ଚ ଉପରେ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି। ଅନେକ ସମୟରେ ସେ ତାଙ୍କର ୨ ଝିଅ ଈଶା ଓ ଆହାନଙ୍କ ସହ ମଧ୍ୟ ନୃତ୍ୟ ପ୍ରଦର୍ଶନ କରିଥିବାର ନଜର ରହିଛି।
Follow Us