India.com
ଅଭିନେତ୍ରୀ କିଆରା ଆଡ୍ଭାନୀ ଓ ବରୁନ୍ ଧାୱନଙ୍କ ଯୋଡ଼ିକୁ ପ୍ରଥମ ଥର ପାଇଁ ରୂପେଲି ପରଦାରେ ଦେଖିବାକୁ ମିଳିବ। ଉଭୟ ଚଳଚ୍ଚିତ୍ର ‘ଜୁଗ୍ ଜୁଗ୍ ଜିୟୋ’ରେ ପ୍ରଥମ ଥର ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି। ଏନେଇ ଇନ୍ଷ୍ଟାଗ୍ରାମ୍ରେ କିଆରା ଚଳଚ୍ଚିତ୍ରର ଫାଷ୍ଟ୍ ଲୁକ୍ ସେୟାର କରିଛନ୍ତି। ଚଳଚ୍ଚିତ୍ରର କିଛି ଫଟୋ ସେୟାର କରିବା ସହ କିଆରା ଶିରୋନାମାରେ ଲେଖିଛନ୍ତି ‘# ଜୁଗ୍ ଜୁଗ୍ ଜିୟୋ, ହାପି ହଜ୍ବ୍ୟାଣ୍ଡ୍ ହାପି ଲାଇଫ୍!’ କେବଳ କିଆରା ନୁହନ୍ତି ବରୁନ୍ ଧାୱନ୍ରେ ଇନ୍ଷ୍ଟାରେ ଏନେଇ କିଛି ଫଟୋ ସେୟାର କରିଛନ୍ତି। ଏଥିରେ ଅନିଲ କପୁର ଓ ନିତୁ କପୁରଙ୍କୁ ବି ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ସୁଟିଂ ଚଣ୍ଡିଗଡ଼ରେ ଚାଲିଥିବା ବେଳେ ଚଳଚ୍ଚିତ୍ର ସୁଟିଂ ସମୟର ଏକ ଫଟୋ ସେୟାର କରି କରନ ଜୋହର ବଡ଼ମାନଙ୍କ ଆଶୀର୍ବାଦ କାମନା କରିଛନ୍ତି। ଦୀର୍ଘ ବର୍ଷ ପରେ ଚଳଚ୍ଚିତ୍ରକୁ ଓ ସୁଟିଂକୁ ଫେରିଥିବା ଦିଗ୍ଗଜ୍ ଅଭିନେତ୍ରୀ ନିତୁ କପୁର ମଧ୍ୟ ମେକ୍ଅପ୍ ରୁମ୍ରେ ନିଜେ ସୁଟିଂ ପାଇଁ ପ୍ରସ୍ତୁତ ହେଉଥିବା ସମୟର ଫଟୋ ସେୟାର କରିଛନ୍ତି।
Follow Us