ଆଜି ଶୁଭମୁକ୍ତି ‘ହିରୋ ନମ୍ବର ଓ୍ଵାନ୍‌’

Advertisment
ଆଜି ଶୁଭମୁକ୍ତି ‘ହିରୋ ନମ୍ବର ଓ୍ଵାନ୍‌’
ଭୁବନେଶ୍ୱର : ଆଜି ମୁକ୍ତିଲାଭ କରୁଛି ଏକ ନୂଆ ଓଡ଼ିଆ ସିନେମା। ଯାହାର ଟାଇଟଲ ହେଲା ‘ହିରୋ ନମ୍ବର ଓ୍ଵାନ୍‌’। ତରଙ୍ଗ ସିନେ ପ୍ରଡକସନ୍‌ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ଶୀର୍ଷକ ଭୂମିକାରେ ଅଛନ୍ତି ଷ୍ଟାରସନ୍‌ ବାବୁସାନ୍‌। ଏହା ହେଉଛି ବାବୁସାନ୍‌ଙ୍କର ଏହି ବ୍ୟାନରରେ ଚତୁର୍ଥ ଓଡ଼ିଆ ଛବି। ପୂର୍ବରୁ ସେ ଏହି ପ୍ରଯୋଜନା ସଂସ୍ଥାର ‘ଲଭଷ୍ଟେସନ’, ‘ଲଭ୍‌ ପାଇଁ କୁଛ୍‌ ଭି କରେଗା’ ଓ ‘ସିଷ୍ଟର ଶ୍ରୀଦେବୀ’ରେ ନାୟକ ଭାବେ ପରଦାକୁ ଆସିଛନ୍ତି।
‘ହିରୋ ନମ୍ବର ଓ୍ଵାନ୍‌’ରେ ପ୍ରଥମ ଥର ଲାଗି ବାବୁସାନଙ୍କ ନାୟିକା ସାଜିଛନ୍ତି ଭୂମିକା, ଯାହାଙ୍କୁ ଦର୍ଶକ ‘ତୁ ମୋ’ ଲଭ୍‌ ଷ୍ଟୋରି’ରେ ଦେଖି ପସନ୍ଦ କରିଛନ୍ତି। ଏତଦ୍‌ବ୍ୟତୀତ ମିହିର ଦାସ, କୁନା ତ୍ରପାଠୀ ଓ ପୁଷ୍ପା ପଣ୍ଡା ପ୍ରମୁଖ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।
ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ, ଯିଏକି ପୂର୍ବରୁ ପହିଲି ରଜ, ରୁମ୍‌କୁ ଝୁମାନା, କଳକୀ, ଇଶ୍କ ତୁ ହି ତୁ ଏବଂ ତୁ ମୋ’ ଲଭ୍‌ ଷ୍ଟୋରି ଆଦି ସିନେମା ନିର୍ମାଣ କରିଛନ୍ତି। ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ୍‌ ମଜୁମଦାର। ‘ହିରୋ ନମ୍ବର ଓ୍ଵାନ୍‌’ ଦର୍ଶକଙ୍କୁ କେତେ ଦୂର ଆକର୍ଷିତ କରୁଛି, ତାହା ଦେଖିବାକୁ ବାକି ରହିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe