କରୋନା ମହାମାରୀ ମନୋରଂଜନ ଶିଳ୍ପକୁ କ୍ଷତି ପହଞ୍ଚାଇଥିବା ବେଳେ ଫିଲ୍ମ ସୁଟିଂ ବନ୍ଦ ରହିଥିଲା। ତେବେ ସରକାର ଲକ୍ଡାଉନ୍ ନିୟମ ଲାଗୁ କରି ସୁଟିଂ ପାଇଁ ଅନୁମତି ଦେବା ପରେ ଅଭିନେତ୍ରୀ ବିଦ୍ୟା ବାଲାନ, ତାପସୀ ପନ୍ନୁ, ସନ୍ନି ଲିଓନି ଓ ଅନ୍ୟମାନେ ପୁନଃ ସୁଟିଂ ସେଟ୍କୁ ଫେରିଛନ୍ତି। ବିଦ୍ୟା ବାଲାନ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ସୁଟିଂକୁ ଫେରିଥିବା କହିଛନ୍ତି। ତାପସୀ ମଧ୍ୟ ତାଙ୍କ ମେକଅପ୍ ଡେସ୍କରୁ ଏକ ଫଟୋ ସେୟାର କରି ଲେଖିଛନ୍ତି, ପୁଣି କାମ ଆରମ୍ଭ ହେଲା। ସେ ଖୁବ୍ଶୀଘ୍ର ରଶ୍ମୀ ରକେଟ୍, ସାବାସ ମିଠୁ, ଲୁପ୍ ଲପେଟାରେ ଦେଖିବାକୁ ମିଳିବେ ବୋଲି କହିଛନ୍ତି। ସନି ଲିଓନି ସଂପ୍ରତି ସ୍ବାମୀ ଓ ପିଲାମାନଙ୍କ ସହ ଲସ୍ ଆଞ୍ଜେଲ୍ସରେ ରହୁଥିବା ବେଳେ ଏକ ଗୀତର ସୁଟିଂରେ ଦେଖିବାକୁ ମିଳିଛନ୍ତି। ସନ୍ନି ଇନଷ୍ଟାଗ୍ରାମ ପୃଷ୍ଠାରେ ସୁଟିଂ ସମୟର ଏକ ଫଟୋ ସେୟାର କରିଛନ୍ତି। ସେହିଭଳି ମଲିକା ଆରୋରା, ନେହା ଧୂପିଆ, ପ୍ରୀତି ଜିଣ୍ଟା ମଧ୍ୟ ସୁଟିଂ ସେଟ୍କୁ ପୁନଃ ଫେରିଥିବା ନେଇ ସୂଚନା ମିଳିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us