ଗାନ୍ଧୀଜୀଙ୍କ ହତ୍ୟା ଆଧାରିତ ଫିଲ୍ମ ‘ହେ ରାମ ହମନେ ଗାନ୍ଧୀକୋ ମାର ଦିଆ’ର ଫାଷ୍ଟ୍‍ ଲୁକ୍‌ ରିଲିଜ୍‌ ହେଲା

Advertisment
ଗାନ୍ଧୀଜୀଙ୍କ ହତ୍ୟା ଆଧାରିତ ଫିଲ୍ମ ‘ହେ ରାମ ହମନେ ଗାନ୍ଧୀକୋ ମାର ଦିଆ’ର ଫାଷ୍ଟ୍‍ ଲୁକ୍‌ ରିଲିଜ୍‌ ହେଲା

khabar.ndtv.com

ନୂଆଦିଲ୍ଲୀ : ଆଜି ମହାତ୍ମା ଗାନ୍ଧୀଙ୍କ ୭୦ତମ ପୁଣ୍ୟତିଥି ହୋଇଥିବା ବେଳେ ବଲିଉଡ଼ ତାଙ୍କୁ ମନେ ପକାଇଛି। ନିର୍ଦ୍ଦେଶକ ନଇମ ଏ ସିଦ୍ଦିକିଙ୍କ ଦ୍ୱାରା ନିର୍ଦ୍ଦେଶିତ 'ହେ ରାମ ହମନେ ଗାନ୍ଧୀକୋ ମାର ଦିଆ' ଚଳଚ୍ଚିତ୍ରର ଫାଷ୍ଟ୍‍ ଲୁକ ଆଜି ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରଟିଗାନ୍ଧୀଜୀଙ୍କର ହତ୍ୟା କାହାଣୀ ଉପରେ ଆଧାରିତ । ୧୯୪୮ ମସିହା ଜାନୁଆରି ୩୦ରେ ନାଥୁରାମ ଗଡ଼ସେ ଗାନ୍ଧିଜୀଙ୍କୁ ଗୁଳି କରିଥିଲେ।

୨ ଅକ୍ଟୋବର ୨୦୧୭ରେ ମୁଁ ମୋର ଦୁଇ ବନ୍ଧୁଙ୍କ ସହ ଲକ୍ଷ୍ନୌରେ ଗାନ୍ଧୀଜୀଙ୍କର ଜନ୍ମ ଦିବସକୁ ଅହିଂସା ଦିବସ ଭାବେ ପାଳନ କରୁଥିଲୁ । ସେହି ସମୟରେ ଆମେ ଟେଲିଭିଜନରେ ଦେଖିଲୁ ସାରା ବିଶ୍ୱ ଏହି ଦିନକୁ ଅହିଂସା ଦିବସ ଭାବେ ପାଳନ କରୁଛି ଏବଂ ୨୦୧୮ରେ ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଦିବସକୁ ଭିନ୍ନଭାବେ ପାଳନ କରିବୁ ବୋଲି ଚିନ୍ତା କଲୁ । ଏହାପରେ 'ହେ ରାମ ହମନେ ଗାନ୍ଧୀ କୋ ମାର ଦିଆ' ଚଳଚ୍ଚିତ୍ରର କାମ ଆରମ୍ଭ କଲୁ। କିପରି ଅହିଂସା ସହ ବିଶ୍ୱରେ ସମସ୍ତେ ମିଳି ମିଶି ରହିପାରିବେ ତାହାକୁ ଏଥିରେ ଚିତ୍ରଣ କରାଯାଇଛି ବୋଲି କହିଛନ୍ତି ଚଳଚ୍ଚିତ୍ରର ନିର୍ଦ୍ଦେଶକ ନଇମ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe