ନୂଆଦିଲ୍ଲୀ: ଏବେ ଅନେକ ସାଉଥ ସୁପରଷ୍ଟାରମାନେ ବଲିଉଡରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ସେ ଲେଡି ସୁପରଷ୍ଟାର ନୟନତାରା ହୁଅନ୍ତୁ କିମ୍ବା ରଶ୍ମିକା ମନ୍ଦନା ହୁଅନ୍ତୁ | କିନ୍ତୁ ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ଅଲ୍ଲୁ ଅର୍ଜୁନ ଦିନେ ବଲିଉଡ ଫିଲ୍ମରେ କେବେବି କାମ ନକରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଜଣାଯାଇଛି।
ଡିସେମ୍ବର ୫ରେ ମୁକ୍ତିଲାଭ କରିବାକୁ ଥିବା ପୁଷ୍ପା-୨ ଏବେ ଚର୍ଚ୍ଚାରେ। ଫିଲ୍ମର ଆକ୍ସନ, କାହାଣୀ ଓ ଗୀତକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଫିଲ୍ମଟି ୧୦୦୦କୋଟି ଆୟ କରିବ ବୋଲି ନିର୍ମାତାମାନେ ଦାବି କରିଛନ୍ତି। ଏମଧ୍ୟରେ ଅଲ୍ଲୁ ଅର୍ଜୁନ କାହିଁକି ହିନ୍ଦୀ ଚଳଚ୍ଚିତ୍ର ନକରିବାକୁ ନିଷ୍ପତ୍ତି ନେଇଥିଲେ ତାହା ଜଣାଇଛନ୍ତି।
ସେ କହିଛନ୍ତି ଯେ, "କିଛି ବର୍ଷ ତଳେ ସାମ୍ବାଦିକ ସମ୍ମିଳନୀରେ ସଙ୍ଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀ ପ୍ରସାଦଙ୍କୁ ଭେଟିଥିଲି। ଏହି ସମୟରେ ଆମେ ଦୁହେଁ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିବା ସମୟରେ ଆସୁଥିବା ଚ୍ୟାଲେଞ୍ଜଗୁଡ଼ିକ ବିଷୟରେ କଥା ହୋଇଥିଲୁ | ବଲିଉଡରେ କାହିଁକି କାମ କରୁନ ବୋଲି ମୁଁ ଦେବୀଙ୍କୁ ପ୍ରଶ୍ନ କରିଥିଲି। ସେ କହିଥିଲେ, ତୁମେ କାମ କଲେ ମୁଁ ତୁମ ସହ କାମ କରିବି। ମୁଁ ତାଙ୍କୁ କହିଥିଲି ମୁଁ କେବେ ବି ବଲିଉଡରେ କାମ କରିବି ନାହିଁ। ମୁଁ ତାଙ୍କୁ ଏଥିପାଇଁ ଏଭଳି କହିଥିଲି, କାରଣ ସେ ସମୟରେ ବଲିଉଡକୁ ଯିବା ଏତେ ସହଜ ନଥିଲା। କିନ୍ତୁ ମୁଁ ଆଗକୁ ବଲିଉଡରେ ଫିଲ୍ମ କରିବାକୁ ଚାହିବି।"
Follow Us