Pinkvilla
ନୂଆଦିଲ୍ଳୀ: ଟେଲିଭିଜନ ଦୁନିଆର ସବୁଠାରୁ ବଡ଼ ରିୟଲିଟି ସୋ’ ‘କୌନ ବନେଗା କରୋଡପତି’ର ସପ୍ତମ ସଂସ୍କରଣ ଆରମ୍ଭ ହୋଇଯାଇଛି। ଗତ କାଲି ସଂଧ୍ୟାରେ ଏହି ସୋ’ରେ ଭାଗ ନେଇଥିଲେ ୧୯ ବର୍ଷିଅ ଟ୍ରେନି ପାଇଲଟ୍ ହିମାଂଶୁ ଦୁରିଆ। ହିମାଂଶୁ ବେଶ୍ ଭଲ ଖେଳି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇପାରିଲେ। ମାତ୍ର ଦୁଃଖର କଥା ହେଉଛି ୧ କୋଟି ଟଙ୍କିଆ ପ୍ରଶ୍ନର ଉତ୍ତର ଜଣାନଥିବାରୁ ଖେଳରୁ ଓହରି ଗଲେ ସେ।
ଏହି ପ୍ରଶ୍ନର ଉତ୍ତର ଜାଣନ୍ତି ବୋଲି ତାଙ୍କ ଟ୍ଵିଟର୍ ଆକାଉଣ୍ଟ୍ରେ ଟ୍ଵିଟ୍ କରିଛନ୍ତି ଚଳଚ୍ଚିତ୍ର ନିର୍ମାତା କରଣ ଜୋହର। ଆପଣ ବି କ’ଣ ସେହି ପ୍ରଶ୍ନର ଉତ୍ତର ଜାଣନ୍ତି? ପ୍ରଶ୍ନଟି ଥିଲା, ‘ସିର୍ ଆକବର୍’ର ଲେଖକ କିଏ? ଏହାର ଉତ୍ତରକୁ ନେଇ ନିଶ୍ଚିତ ନଥିବାରୁ ଖେଳରୁ ଓହରି ଗଲେ ହିଂମାଶୁ।
କରଣ କେବିସିର ସ୍କ୍ରିନ୍ସଟ୍ ସେୟାର୍ କରି ଲେଖିଛନ୍ତି ୧ କୋଟି ଟଙ୍କିଆ ପ୍ରଶ୍ନର ଉତ୍ତର ମୋତେ ଜଣା ଅଛି। ଲେଖକଙ୍କ ନାମ ହେଉଛି ଦାରା ସିଖୋ। କରଣ କରିଥିବା ଟ୍ଵିଟ୍ରେ ରଣବୀର କପୁରଙ୍କୁ ବି ଟ୍ୟାଗ୍ କରିଛନ୍ତି। କାରଣ କରଣଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ରଣବୀର ଦାରା ସିଖୋ ଭୂମିକାରେ ନଜର ଆସିବେ। ଔରଙ୍ଗଜେବଙ୍କ ଭୂମିକା ନିଭାଇବେ ଭିକି କୌସାଲ୍।
Follow Us