ନାକରେ ଗାଉଛନ୍ତି ବୋଲି ମିଳୁଥିବା ସମାଲୋଚନାକୁ କିପରି ଗ୍ରହଣ କରନ୍ତି ହିମେଶ?

ନାକରେ ଗାଉଛନ୍ତି ବୋଲି ମିଳୁଥିବା ସମାଲୋଚନାକୁ କିପରି ଗ୍ରହଣ କରନ୍ତି ହିମେଶ?

News Nation

ମୁମ୍ବାଇ: ୨୦୦୬ ମସିହାରେ କଣ୍ଠଶିଳ୍ପୀ ଭାବେ ଡେବ୍ୟୁ କରିଥିବା ହିମେଶ ରେସମିୟା ଅନେକ ସମୟରେ ନାକରେ ଗାଉଥିବା ନେଇ ଶ୍ରୋତାମାନେ ସମାଲୋଚନା କରିଥିବାର ଦେଖିବାକୁ ମିଳେ। ନିକଟରେ ଏକ ସାକ୍ଷାତ୍‌କାରରେ ହିମେଶ ସ୍ବୀକାର କରିଛନ୍ତି ଯେ ଶ୍ରୋତାମାନେ ତାଙ୍କୁ ନାକରେ ଗାଉଛନ୍ତି ବୋଲି କହିଲେ ସେ ରାଗି ଉଠୁଥିଲେ।

ହିମେଶ ଆହୁରି ବି କହିଛନ୍ତି ଯେ ‘ଏମିତି ନୁହେଁ କି ସାଧାରଣ ଲୋକଙ୍କ ସମାଲୋନା ସେଲିବ୍ରେଟିମାନଙ୍କୁ ପ୍ରଭାବିତ କରେ ନାହିଁ, ପ୍ରଭାବିତ କରେ। ଆପଣ ଜଣେ ସୁପର୍‌ଷ୍ଟାର୍‌ ବନିଯିବା ପରେ ବି ଆପଣଙ୍କ ପଛରେ ଲୋକ କରୁଥିବା ସମାଲୋଚନା ଆପଣକୁ ନିଶ୍ଚିତ ପ୍ରଭାବିତ କରିବ। ଯେଉଁମାନେ ଆପଣଙ୍କୁ ପସନ୍ଦ କରନ୍ତି ନାହିଁ ସେମାନେ କୌଣସି ପ୍ରତିକ୍ରିୟା ରଖିବେ ନାହଁ। ଯେଉଁମାନେ ନିଜର ମତ ରଖୁଛନ୍ତି ତାହାକୁ ସକାରାତ୍ମକ ଭାବ‌େ ଗ୍ରହଣ କରିବା ଉଚିତ। ଏହା ହେଉଛି ଏକମାତ୍ର ତରିକା। ସେଲିବ୍ରେଟିମାନେ ବି ମଣିଷ, ସେମାନେ ପ୍ରଭାବିତ ହୋଇଥାନ୍ତି।’

publive-image www.prokerala.com

ହିମେଶ ଆହୁରି ବି କହିଛନ୍ତି ଯେ ଲୋକମାନେ ଯେତେବେଳେ ମୁଁ ନାକରେ ଗାଉଛି ବୋଲି କହୁଥିଲେ ସେ ସମୟରେ ମୋର ୫୦ଟା ଗୀତ ବ୍ଲକ୍‌ବଷ୍ଟର ହିଟ୍‌ ହୋଇଥିଲା। ସେ ସମୟରେ ମୋତେ ଟିକେ ରାଗ ରାଗିଥିଲା। ଏପରିକି ବିଶିଷ୍ଠ କଣ୍ଠଶିଳ୍ପୀ ଆର୍‌ଡି ବର୍ମାନ ବି ନାକରେ ଗାଆନ୍ତି ବୋଲି କହି ନିଜ ପ୍ରତି ହେଉଥିବା ସମାଲୋଚନାକୁ ହାଲୁକା କରିବାକୁ ଚେଷ୍ଟା କରିଥିଲେ ହିମେଶ।

ହିମେଶଙ୍କ ଚଳଚ୍ଚିତ୍ର ‘ହାପି ହାର୍ଡି ହିର୍‌’ ରିଲିଜ୍‌ ଅପେକ୍ଷାରେ ରହିଛି। ଚଳଚ୍ଚିତ୍ରରେ ହିମେଶ ଡବଲ୍‌ ରୋଲ୍‌ରେ ନଜର ଆସିବେ। ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ସୋନିଆ ମନ୍‌। ଜାନଆରି ୩୧ ତାରିଖରେ ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe