ରାନୁ ମଣ୍ଡଳଙ୍କୁ ନେଇ ଏଭଳି ପ୍ରଶ୍ନ କରାଯିବା ପରେ ରାଗି ଗଲେ ହିମେଶ : କହିଲେ; ମୁଁ ତାଙ୍କ ମ୍ୟାନେଜର ନୁହେଁ

ରାନୁ ମଣ୍ଡଳଙ୍କୁ ନେଇ ଏଭଳି ପ୍ରଶ୍ନ କରାଯିବା ପରେ ରାଗି ଗଲେ ହିମେଶ : କହିଲେ; ମୁଁ ତାଙ୍କ ମ୍ୟାନେଜର ନୁହେଁ

amarujala.com

ମୁମ୍ବାଇ: ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ବସି ଗୀତ ଗାଇ ନିଜର ଜୀବନ ବିତାଉଥିଲେ କଣ୍ଠଶିଳ୍ପୀ ରାନୁ ମଣ୍ଡଳ। କିନ୍ତୁ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ ହେବା ପରେ ରାତାରାତି ସେ ଷ୍ଟାର ପାଲଟିଥିଲେ। ତାଙ୍କ ଲୋକପ୍ରିୟତାକୁ ଦେଖି ବଲିଉଡ୍ କଣ୍ଠଶିଳ୍ପୀ ହିମେଶ ରେଶମିୟା ତାଙ୍କୁ ନିଜ ଫିଲ୍ମରେ ଗାଇବାର ସୁଯୋଗ ଦେଲେ। କିନ୍ତୁ ଏବେ ସେ ରାନୁଙ୍କୁ ନେଇ ପ୍ରଶ୍ନ କଲେ ରାଗି ଯାଉଥିବା ଦେଖାଯାଇଛି। ମୁଁ ତାଙ୍କର ମ୍ୟାନେଜର ନୁହେଁ। ମୋତେ ପ୍ରଶ୍ନ କରିବା ପରିବର୍ତ୍ତେ ତାଙ୍କୁ କରନ୍ତୁ ବୋଲି କହିଛନ୍ତି ହିମେଶ।

ranu mondal amarujala.com

ସୂଚନା ମୁତାବକ, ଏକ ଇଭେଣ୍ଟରେ ଯୋଗ ଦେଇଥିବା ବେଳେ ତାଙ୍କୁ ଜଣେ ସାମ୍ବାଦିକା ରାନୁ ମଣ୍ଡଳଙ୍କୁ ନେଇ ପ୍ରଶ୍ନ କରିଥିଲେ। ଆପଣ ସବୁବେଳେ ସମସ୍ତଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦିଅନ୍ତି। କିନ୍ତୁ ଯେତେବେଳେ ଲୋକେ ସେମାନଙ୍କୁ ସେମାନଙ୍କ କାମ ପାଇଁ ଟ୍ରୋଲ କରନ୍ତି, ତାକୁ ଆପଣ କେମିତି ଦେଖନ୍ତି? ବୋଲି ସାମ୍ବାଦିକା ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖି ହିମେଶ କହିଥିଲେ, ମୁୁଁ ଜାଣିଛି ଜଣେ ପ୍ରଶଂସକଙ୍କୁ ସେଲଫି ଦେବା ଘଟଣା ପାଇଁ ରାନୁଜୀଙ୍କୁ ଟ୍ରୋଲ କରାଯାଉଛି। କିନ୍ତୁ ଏ ବିଷୟରେ ମୋର ପ୍ରତିକ୍ରିୟା ନ ଜାଣି ଆପଣଙ୍କୁ ତାଙ୍କୁ ପ୍ରତିକ୍ରିୟା ମାଗିବା ଦରକାର। ମୁଁ ତାଙ୍କର ମ୍ୟାନେଜର ନୁହେଁ। ସେ ଯେଉଁ କାରଣ ପାଇଁ ଟ୍ରୋଲ ହେଉଛନ୍ତି, ସେ ଘଟଣା ବିଷୟରେ ରାନୁଜୀ ଭଲ ଭାବରେ କହି ପାରିବ, ମୁଁ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe