ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟରେ ଲଢ଼ୁଥିବା ହିନା କଲେ ଏଭଳି ପୋଷ୍ଟ

ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟରେ ଲଢ଼ୁଥିବା ହିନା କଲେ ଏଭଳି ପୋଷ୍ଟ

ନୂଆଦିଲ୍ଲୀ: ‌ଟେଲିଭିଜନ ଅଭିନେତ୍ରୀ ହିନା ଖାନ ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟ ସହିତ ଲଢ଼େଇ କରୁଛନ୍ତି। ଏହି ଖବର ଯେବେ ଠାରୁ ହିନାଙ୍କ ଫ୍ୟାନ୍ସମାନଙ୍କ ପାଖରେ ପହଞ୍ଚିଲାଣି ସମସ୍ତେ ଅଭିନେତ୍ରୀଙ୍କ ଖୁବଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ଏହାକୁ ନେଇ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ନିଜର ପ୍ରଶଂସକ ଏବଂ ପ୍ରିୟଜନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ‘ସମସ୍ତଙ୍କୁ ନମସ୍କାର। ମୁଁ ବହୁତ ଭାଗ୍ୟଶାଳୀ କି ଆପଣମାନଙ୍କ ଠାରୁ ମୋତେ ଏତେ ଭଲପାଇବା ମିଳୁଛି। ମୁଁ ଜାଣି ପାରୁନାହିଁ କି ମୋର କେଉଁ କାମ ପାଇଁ ଲୋକେମୋ‌‌ତେ ମୋତେ ଏତେ ଭଲ ପାଇବା ଦେଉଛନ୍ତି।

ମନୋରଞ୍ଜନ ଶିଳ୍ପ ଠାରୁ ଆରମ୍ଭ କରି ସାମ୍ବାଦିକ, ଶିକ୍ଷକ, କର୍ପୋରେଟ୍, ଡାକ୍ତର, ଗୃହିଣୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ମୋତେ ଖୁବଭଲ ପାଇବା ମିଳୁଛି। ଏଥିମଧ୍ୟରୁ ଅନେକ ମୋ‌ତେ ଜାଣନ୍ତି ବି ନାହିଁ କି ମୁଁ କିଏ। କିନ୍ତୁ ମୋ ରୋଗ ବିଷୟରେ ଜାଣିବା ପରେ ସେମାନେ ବି ମୋର ଆରୋଗ୍ୟ କାମନା କରିଛନ୍ତି। ଯାହାକି ମୋତେ ଖୁସି କରାଇ ଦେଇଛି।

ଆପଣମାନଙ୍କ ଏହି ଭଲପାଇବାକୁ ମୁଁ କେବେ ବି ଭୁଲି ପାରିବି ନାହିଁ। ଏହା ସର୍ବଦା ମୋ ମନରେ ରହିଥିବ। ଆପଣମାନଙ୍କ ଏତେମାତ୍ରାରେ ସ୍ନେହ ଓ ଭଲପାଇବା ଦେଖି ମୋର ଆତ୍ମବିଶ୍ବାସ ଆହୁରି ବଢ଼ିଯାଇଛି। ମୁଁ ଏ ଯୁଦ୍ଧ‌ରେ ନିଶ୍ଚୟ ଜିତିବି। ଆପଣମାନଙ୍କ ପ୍ରାର୍ଥନା ବୃଥା ଯିବ ନାହିଁ। ମୁଁ ସୁସ୍ଥ ହେବି।’

ଇତି ଆପଣଙ୍କ ହିନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe