ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ଚରମପନ୍ଥୀଙ୍କ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଉଗ୍ରରୂପ ନେବାରେ ଲାଗିଛି । ଗୋଟିଏ ପଟେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରୁଥିବା ବେଳେ ଇସ୍ରାଏଲ ମଧ୍ୟ ହମାସ ଚରମପନ୍ଥୀଙ୍କୁ ନିପାତ କରିବାକୁ ଶପଥ ନେଇଛି । ଆକାଶ ଓ ଜଳପଥରେ ଘନଘନ ଆକ୍ରମଣ ପରେ ଏବେ ସ୍ଥଳପଥରୁ ଯୁଦ୍ଧ ଜୋରଦାର ହେବ ବୋଲି କୁହାଯାଉଛି ।
ଏହି ଯୁଦ୍ଧକୁ ନେଇ ସମଗ୍ର ବିଶ୍ବ ସ୍ତବ୍ଧ ହୋଇଯାଇଛି। ଆଖି ପିଛୁଳାକେ ଲୋକଙ୍କ ଜୀବନ ଚାଲି ଯାଉଛି। ଏଯାବତ ଏହି ଯୁଦ୍ଧରେ ୩୨୦୦ଲୋକଙ୍କ ପ୍ରାଣ ଚାଲିଯାଇଛି। ମହିଳା ଓ ଶିଶୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଉଛି। ଏହି ଯୁଦ୍ଧକୁ ଦେଖି ଅଭିନେତ୍ରୀ ହିନା ଖାନ ବିଚଳିତ ହୋଇପଡ଼ିଛନ୍ତି।
ଇସ୍ରାଏଲ ଓ ହମାସ ଯୁଦ୍ଧ ଜାରି ରହିଥିବା ବେଳେ ହିନା କହିଛନ୍ତି, ‘ଜାଣି ନାହିଁ କିନ୍ତୁ ଏହି ଯୁଦ୍ଧକୁ ଗଣମାଧ୍ୟମ ଜରିଆରେ ଦେଖିବା ପରେ ମୁଁ ଭୟଭୀତ ହୋଇଯାଇଛି। କିଛି ଗୋଟେ ଚିନ୍ତା କରିବା ପାଇଁ ମନକୁ ସ୍ଥିର କରି ପାରୁ ନାହିଁ। କୌଣସି କାମରେ ମନ ଲାଗୁ ନାହିଁ। ଗୋଟିଏ କାମ କରିବି ବୋଲି ଭାବୁଛି ଆଉ ଗୋଟିଏ କାମ କରିକି ରଖି ଦେଉଛୁ। ହମାସ ଆତଙ୍କବାଦୀମାନେ ଶିଶୁଙ୍କୁ ବି ଛାଡ଼ୁ ନାହାନ୍ତି। ମୋତେ ଏସବୁ ଘଟଣା ବହୁତ ଦୁଃଖୀ କରୁଛି। ଆମକୁ ପ୍ରାର୍ଥନା ଜାରି ରଖିବା ଉଚିତ। ଏହି ଯୁଦ୍ଧ ଖୁବଶୀଘ୍ର ସମାପ୍ତ ହୋଇଯାଉ ବୋଲି ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ’
Follow Us