ସ୍ତନ କର୍କଟ ପରେ ଏବେ ଆଉ ଏକ ରୋଗରେ ଆକ୍ରାନ୍ତ ହେଲେ ହିନା

Advertisment

ହିନା ଖାନ ଏବେ ସ୍ତନ କର୍କଟ ସହିତ ଲଢ଼ୁଛନ୍ତି ଏବଂ କେମୋଥେରାପି ନେଉଛନ୍ତି। ଏସବୁ ମଧ୍ୟରେ ଅଭିନେତ୍ରୀ ଏକ ନୂଆ ପୋଷ୍ଟରେ ପ୍ରକାଶ କରିଛନ୍ତି ଯେ ତାଙ୍କୁ ଆଉ ଏକ ନୂଆ ରୋଗ ହୋଇଛି।

ହିନା ଖାନ ଏବେ ସ୍ତନ କର୍କଟ ସହିତ ଲଢ଼ୁଛନ୍ତି ଏବଂ କେମୋଥେରାପି ନେଉଛନ୍ତି। ଏସବୁ ମଧ୍ୟରେ ଅଭିନେତ୍ରୀ ଏକ ନୂଆ ପୋଷ୍ଟରେ ପ୍ରକାଶ କରିଛନ୍ତି ଯେ ତାଙ୍କୁ ଆଉ ଏକ ନୂଆ ରୋଗ ହୋଇଛି।

he

ମୁମ୍ବାଇ: ଟିଭିର ସବୁଠାରୁ ଜଣାଶୁଣା ଅଭିନେତ୍ରୀ ହିନା ଖାନ ତାଙ୍କ ଜୀବନର ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି | ଏବେ ଏହି ଅଭିନେତ୍ରୀ ସ୍ତନ କର୍କଟରେ ପୀଡିତ ଅଛନ୍ତି। ଏଥିପାଇଁ ହିନା ଖାନଙ୍କୁ କେମୋଥେରାପି ନେବାକୁ ପଡ଼ୁଛି। କର୍କଟ ଚିହ୍ନଟ ହେବା ପରଠାରୁ ଚିକିତ୍ସାର ସବୁ ତଥ୍ୟ ହିନା ନିଜ ପ୍ରଶଂସକଙ୍କ ସହ ସେୟାର କରି ଆସୁଛନ୍ତି। ଏବେ ନିଜର ଏକ ନୂଆ ପୋଷ୍ଟରେ ସେ ତାଙ୍କ ନୂଆ ରୋଗ ବିଷୟରେ କହିଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି। କେମୋଥେରାପିର ପାର୍ଶ୍ୱ ପ୍ରତିକ୍ରିୟା ହେତୁ ସେ ଏହି ନୂତନ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାଇଛନ୍ତି।

ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ସେ ପ୍ରକାଶ କରିଛନ୍ତି ଯେ କେମୋଥେରାପିର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ସେ ମ୍ୟୁକୋସାଇଟିସରେ ପୀଡିତ ଅଛନ୍ତି। ହିନା ତାଙ୍କ ପୋଷ୍ଟରେ ଲେଖିଛନ୍ତି, “କେମୋଥେରାପିର ଅନ୍ୟ ଏକ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ମ୍ୟୁକୋସାଇଟିସ । ତଥାପି, ମୁଁ ଏହାର ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସରଣ କରୁଛି। ଯଦି ଆପଣଙ୍କ ମଧ୍ୟରୁ କେହି ଏହି ରୋଗର ଶିକାର ହୋଇଛନ୍ତି କିମ୍ବା କୌଣସି ଉପଯୋଗୀ ପ୍ରତିକାର ଜାଣିଛନ୍ତି ତେବେ ଦୟାକରି ଜଣାନ୍ତୁ । ଏହି ରୋଗ ହେଲେ ଖାଦ୍ୟ ଖାଇବା କଷ୍ଟକର ହୋଇପଡେ । ଆପଣଙ୍କ ପରାମର୍ଶ ମୋତେ ସାହାଯ୍ୟ କରିବ। "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe