କେମୋଥେରାପି ଚାଲିଥିବା ସମୟରେ ରାମ୍ପରେ ଚାଲିଲେ ହିନା

ତୃତୀୟ ପର୍ଯ୍ୟାୟ କର୍କଟରେ ପୀଡ଼ିତ ଥିବା ହିନା ଖାନଙ୍କ କେମୋଥେରାପି ଚାଲିଥିବା ବେ‌ଳେ ରାମ୍ପରେ ପ୍ରଦର୍ଶନ କରି ସମସ୍ତଙ୍କୁ କଲେ ଚକିତ। ଅଭିନେତ୍ରୀଙ୍କ ‌‌ଧୌର୍ଯ୍ୟକୁ ଲୋକେ କରୁଛନ୍ତି ଭୁରିଭୁରି ପ୍ରଶଂସା।

୪୫୬

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟରେ ପୀଡ଼ିତ ଥିବା କଥା ସମସ୍ତଙ୍କ ସହିତ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସେୟାର କରିଥିଲେ। ସେ ଏବେ ତୃତୀୟ ପର୍ଯ୍ୟାୟ କର୍କଟରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଛନ୍ତି।  
ଏଭଳି ସମୟରେ ସେ ଲୋକଙ୍କୁ କାମ ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଅହମ୍ମଦାବାଦରେ ପହଞ୍ଚିଥିଲେ। ନିକଟରେ ହିନାଙ୍କର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ବ୍ରାଇଡାଲ୍ ଲୁକରେ ରାମ୍ପ ଉପରେ ଚାଲୁଥିବାର ନଜର ଆସିଛନ୍ତି । ହିନାଙ୍କ ଏଭଳି ‌ଧୌର୍ଯ୍ୟ ଓ ସାହାସକୁ ଲୋକେ ଭୁରିଭୁରି ପ୍ରଶଂସା କରିଛନ୍ତି। 

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ବିଗ୍ ବସ୍ ସମୟରେ ହିନାଙ୍କ ସାହାସକୁ ଦେଖି ‌ଲୋକେ ତାଙ୍କୁ "ଶେର୍ ଖାନ୍"ର ଆଖ୍ୟା ଦେଇଥିଲେ। ।

ହିନା ଖାନ ଇନଷ୍ଟାଗ୍ରାମରେ ରାମ୍ପରେ ଚାଲିବାର ଭିଡିଓ ସେୟାର କରିଛନ୍ତି। ଏହି ପୋଷ୍ଟରେ ହିନା ତାଙ୍କ ବାପାଙ୍କ ବିଷୟରେ ଲେଖି କହିଛନ୍ତି, ‘ବାପା ସବୁବେଳେ ମୋତେ କୁହନ୍ତି ଡେଡିର ଷ୍ଟ୍ରଙ୍ଗଗାର୍ଲ। କଦାପି କାନ୍ଦୁଥିବା ଝିଅ ହେବୁ ନାହିଁ। ଯିଏ ଟିକେଟିକେ କଥାରେ କାନ୍ଦିବାରେ ଲାଗିଥାଏ। କେବେ ବି ନିଜର ଅସୁବିଧାକୁ ନେଇ କାହା ନିକଟରେ ଅଭିଯୋଗ କର ନାହିଁ ତାହାକୁ ସାମ୍ନା କରିବା ଶିଖ। ଜୀବନକୁ କେମିତି ଆଗକୁ ବଢ଼ାଇବାର ଅଛି ତାହାକୁ ନିଜ ହାତକୁ ନିଅ। ସାହାସର ସହ ଛିଡ଼ା ହୁଅ। ଯେତେ ଅସୁବିଧା ଆସୁଛି ତାହାକୁ ସାମ୍ନା କର। ତେଣୁ ଆଗାମୀ ଦିନରେ ମୋ ସହ କ’ଣ ହେବାକୁ ଯାଉଛି ବା ହେବ ସେସବୁ ପ୍ରତି ମୁଁ ଚିନ୍ତା କରୁନାହିଁ। ସବୁକିଛି ଭଗବାନଙ୍କ ଉପରେ ଛାଡ଼ି ଦେଇଛି। ଏସବୁ କରିବା ମୋ ପକ୍ଷେ ସହଜ ନୁହେଁ। ତଥାପି ମନକୁ ଦୃଢ଼ କରି ଆଗକୁ ବଢ଼ି ଚାଲିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe