କିମୋଥେରାପି ପରେ କାମକୁ ଫେରି ହିନା ଦେଲେ ଏଭଳି ପ୍ରତିକ୍ରିୟା

କିମୋଥେରାପି ପରେ କାମକୁ ଫେରି ହିନା ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ନିକଟରେ ସ୍ତନକର୍କଟ ରୋଗରେ ପୀଡ଼ିତ ଥିବା ସୂଚନା ନିଜେ ଇନଷ୍ଟାଗ୍ରାମ ଜରିଆରେ ଦେଇଥିଲେ। କର୍କଟ ଚିକିତ୍ସା ଚାଲିଥିବା ସମୟରେ ସେ  କିମୋଥେରାପିର ଏକ ରାଉଣ୍ଡ ଶେଷ କରିଛନ୍ତି।

କିମୋଥେରାପିର ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ହିନା ହାର ମାନି ନଥିଲେ। ସେ ନିଜ ଉପରେ ଆତ୍ମବିଶ୍ବାସ ରଖିଥିଲେ ଓ ରଖିଛନ୍ତି ମଧ୍ୟ। ନିକଟରେ ସେ କାମକୁ ଫେରିଥିବା ସୂଚନା ମିଳିଛି।

ହିନା କିମୋଥେରାପିର ପ୍ରଥମ ପର୍ଯ୍ୟାୟ ଶେଷ କରିବା ପରେ ସୁଟିଂ ପାଇଁ ସେଟରେ ପହଞ୍ଚିଛନ୍ତି। ହିନା କହିଛନ୍ତି, " କିମୋଥେରାପି ପରେ ଏହାମୋର ପ୍ରଥମ ସୁଟ। ମୁଁ ଟିକିଏ ବିବ୍ରତ ଅଛି, କିନ୍ତୁ ସମସ୍ତେ ମୋତେ ସମର୍ଥନ କରୁଛନ୍ତି। ଷ୍ଟିଚ୍ ଲୁଚାଇବାକୁ ଚେଷ୍ଟା କରୁଛି ।

ଏତେ ବଡ଼ ରୋଗରେ ପୀଡ଼ିତ ଥାଇ ମଧ୍ୟ ହିନା ହାର ମାନି ନାହାନ୍ତି। ତାଙ୍କ ଆତ୍ମବିଶ୍ବାସ ବାସ୍ତବରେ ପ୍ରଶଂସାଯୋଗ୍ୟ। ତାଙ୍କ ଏହି ଆତ୍ମବିଶ୍ବାସ ଖୁବ ପ୍ରେରଣା ଯୋଗାଉଛି। ସାଧାରଣତଃ ଲୋକମାନେ ଶରୀରରେ କୌଣସି ସମସ୍ୟା ଦେଖାଗଲେ ଭାଙ୍ଗି ପଡ଼ିଥାଆନ୍ତି। ଆଗକୁ କିଛି କରି ପାରିବେ ନାହିଁ ବୋଲି ସବୁବେଳେ ଚିନ୍ତାରେ ଘାରି ହେଉଥାଆନ୍ତି। ଏଭଳି ଲୋକଙ୍କ ପାଇଁ ହିନାଙ୍କ କର୍କଟ ସହିତ ଲଢ଼ିବାର ଏହି ସାହାସ ପ୍ରେରଣା ନିଶ୍ଚୟ ଯୋଗାଇବ।

ହିନା ତାଙ୍କ ସଂଘର୍ଷମୟ ଯାତ୍ରାରେ ନିଶ୍ଚିୟ ସଫଳ ହେବେ ବୋଲି ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ଭଗବାନଙ୍କ ନିକଟରେ ଏହି ଦୁଃଖଦ ଖବର ଶୁଣିଲା ଦିନଠାରୁ ପ୍ରାର୍ଥନା କରି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe