ମୁମ୍ବାଇ: ’ୟେ ରିସ୍ତା କ୍ୟା କେହଲାତା ହୈ’ର ଫେମ ଅକ୍ଷରା ଚରିତ୍ରରେ ଅଭିନୟ କରିଥିବା ହିନା ଖାନଙ୍କ ପାଇଁ ପରିଚୟର ଆବଶ୍ୟକତା ହୋଇ ନଥାଏ। ସେ ଏହି ଧାରାବାହିକ ମାଧ୍ୟମରେ ଲୋକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।
ହିନା କିଛିବର୍ଷ ହେବ କର୍କଟ ସହିତ ସଂଘର୍ଷ କରୁଥିବା ଖବର କ୍ରମାଗତ ଭାବେ ଅସୁଥିବା ବେଳେ ଗତକାଲି ଅଭିନେତ୍ରୀଙ୍କ ସହିତ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କର୍କଟ ରୋଗ ସହିତ ଲଢ଼ୁଥିବା ସମୟରେ ହିନା ତାଙ୍କ ପ୍ରେମିକ ରକିଙ୍କ ବହୁତ ପ୍ରଶଂସା କରିଥିଲେ। ସମ୍ପ୍ରତି ହିନା ତାଙ୍କ ଦୀର୍ଘକାଳୀନ ପ୍ରେମିକ ରକିଙ୍କୁ ବିବାହ କରିଛନ୍ତି। ଦୁହିଁଙ୍କ ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ଦର୍ଶକ ବେଶ ଭଲପାଇବା ଦେଉଛନ୍ତି।
ସାଧାରଣତଃ ବିବାହ ପରେ ଷ୍ଟାରମାନେ ଜୀବନସାଥୀଙ୍କ ସହିତ ସମୟ ବିତାଇବା ପାଇଁ କିଛିଦିନପାଇଁ କାମରୁ ବିରତି ନେଇଥାଆନ୍ତି। କିନ୍ତୁ ଏହା ହିନାଙ୍କ କ୍ଷେତ୍ରରେ ଦେଖିବାକୁ ମିଳି ନଥିଲା। ସେ ବିବାହ ପରଦିନ ହିଁ କାମକୁ ଫେରିଆସିଛନ୍ତି।
Follow Us