‘ଆଶା କରୁଛି ଶୀଘ୍ର ସୁସ୍ଥ ହୋଇଯିବି, ଆଗକୁ ଭଗବାନଙ୍କ ଇଚ୍ଛା’

ନିକଟରେ ହିନା ତାଙ୍କ ପ୍ରେମିକ ରକିଙ୍କ ପ୍ରଶଂସା କରି ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ରକି ସହିତ ମୁଁ ସୁଖ-ଦୁଃଖ ଉଭୟ ସମୟ ବିତାଉଛନ୍ତି। ମୋର କେଶ ଝଡ଼ିବା ଆରମ୍ଭ ହେବାପରେ ମୁଁ ଲଣ୍ଡା ହୋଇଗଲି। ଏହା ଜାଣି ରକି ବି ଲଣ୍ଡା ହୋଇ ଯାଇଥିଲେ ।

କମ୍‌ଡ଼

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ଅନେକ ଦିନ ହେବ ସ୍ତନ କର୍କଟରେ ପୀଡ଼ିତ ଅଛନ୍ତି। ତାଙ୍କର ଚିକିତ୍ସା ଚାଲିଛି। ଏଭଳି ସଙ୍କଟ ସମୟରେ ହିନାଙ୍କ ପ୍ରେମିକ ରକି ଓ ପରିବାରଲୋକ ତାଙ୍କର ଖୁବ ସମର୍ଥନ କରିବା ସହିତ ସେବା ବି କରୁଛନ୍ତି।

ନିକଟରେ ହିନା ତାଙ୍କ ପ୍ରେମିକ ରକିଙ୍କ ପ୍ରଶଂସା କରି ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ରକି ସହିତ ମୁଁ ସୁଖ-ଦୁଃଖ ଉଭୟ ସମୟ ବିତାଉଛନ୍ତି। ’

ଅଧିକପଢ଼ନ୍ତୁ:ପରଲୋକରେ ମାଲାୟଲମ ଚଳଚ୍ଚିତ୍ର ନିର୍ମାତା

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି, ହସ୍ପିଟାଲ ବିଛଣାରେ ପ୍ରେମିକା ହିନାଙ୍କ ରକି ଖୁବ ସେବା କରିବା ସହିତ ତାଙ୍କ ଗୋଡ଼ ଘସି ଦେବା ଠାରୁ ଆରମ୍ଭ କରି ପାଦରେ ତେଲ ଲଗାଇ ଦେଉଛନ୍ତି ଓ ଖୁଆଇ ଦେଉଛନ୍ତି।

କେବଳ ଏତିକି ନୁହେଁ ହିନାଙ୍କ ତ୍ବଚାର ବି ରକି ଯତ୍ନ ନେଉଥିବା ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହି ଭିଡିଓରେ ହିନା ଦୁଃଖୀ ଥିବା ବେଳେ ରକି ତାଙ୍କୁ ହସାଇବାକୁ ଚେଷ୍ଟା କରୁଛନ୍ତି।

ଅଧିକପଢ଼ନ୍ତୁ:ବିଶ୍ୱ ଦେଖିଲା ଭାରତର ଶକ୍ତି, କର୍ତ୍ତବ୍ୟ ପଥରେ ଉଡିଲା ତ୍ରିରଙ୍ଗା

ହିନା ରକିଙ୍କ ପ୍ରଶଂସା କରି ଲେଖିଛନ୍ତି, ‘ମୋର କେଶ ଝଡ଼ିବା ଆରମ୍ଭ ହେବାପରେ ମୁଁ ଲଣ୍ଡା ହୋଇଗଲି। ଏହା ଜାଣି ରକି ବି ଲଣ୍ଡା ହୋଇ ଯାଇଥିଲେ । ସେ ସେ ପର୍ଯ୍ୟନ୍ତ ତାଙ୍କ ମୁଣ୍ଡରେ କେଶ ରହିବାକୁ ଦେଇ ନଥିଲେ ଯେ ପର୍ଯ୍ୟନ୍ତ ମୋ ମୁଣ୍ଡରେ କେଶ ଉଠି ନଥିଲା। ଭାଗ୍ୟ ଥିଲେ ଏଭଳି ପ୍ରେମିକ ମିଳନ୍ତି। କିନ୍ତୁ ମୋର ଏଭଳି ଅବସ୍ଥା ଦେଖି ରକିଙ୍କ ମନ କେତେ ଯେ କଷ୍ଟ ହେଉଥିବା ତାହା ମୁଁ ଅନୁଭବ କରୁଛି। ଆଶା କରୁଛି ଶୀଘ୍ର ସୁସ୍ଥ ହୋଇଯିବି। ତେଣିକି ଭଗବାନଙ୍କ ଇଚ୍ଛା। ’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe