ହାତରେ ୟୁରିନ୍ ଓ ରକ୍ତ ଭର୍ତ୍ତି ବ୍ୟାଗ୍ ଧରି ଫଟୋ ଛାଡ଼ିଲେ ହିନା

'ୟେ ରିସ୍ତା କ୍ୟା କେହଲାତା ହେ'ର ଅକ୍ଷରା ଓରଫ ହିନା ଖାନ କର୍କଟ ରୋଗର ତୃତୀୟ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି | ଏମଧ୍ୟରେ ତାଙ୍କର ଏକ ଫଟୋ ଖୁବ ଭାଇରାଲ ହେଉଛି, ଯେଉଁଥିରେ ସେ ଗୋଟିଏ ହାତରେ ରକ୍ତ ବ୍ୟାଗ ଓ ଅନ୍ୟ ହାତରେ ୟୁରିନ୍ ବ୍ୟ‌ାଗ୍ ଧରିଛନ୍ତି।

thinaa

ମୁମ୍ବାଇ: 'ୟେ ରିସ୍ତା କ୍ୟା କେହଲାତା ହେ'ର ଅକ୍ଷରା ଓରଫ ହିନା ଖାନ କର୍କଟ ରୋଗର ତୃତୀୟ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି | ଥରେ କିମ୍ବା ଦୁଇଥର ନୁହେଁ ବରଂ ଅନେକ ଥର ସେ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସହ ନିଜର ସ୍ୱାସ୍ଥ୍ୟ ଅପଡେଟ୍ ସେୟାର କରିଛନ୍ତି | ପ୍ରତ୍ୟେକ ଥର ସେ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ପ୍ରଶଂସକମାନଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। କର୍କଟ ଯୁଦ୍ଧ ମଧ୍ୟରେ ସେ ଏବେ ସେୟାର କରିିଥିବା ଏକ ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ଭାବପ୍ରବଣ ହୋଇଯାଇଛନ୍ତି। 

ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆରେ ଦୁଇଟି ଫଟୋ ସେୟାର କରିଛନ୍ତି। ଫଟୋରେ ସେ ଡାକ୍ତରଖାନାର କରିଡରରେ ଠିଆ ହୋଇଥିବାର ନଜର ଆସିଛନ୍ତି। ଫଟୋ ଦେଖି ଲାଗୁଛି ଯେ, ସେ ଗୋଟିଏ ହାତରେ ରକ୍ତ ବ୍ୟାଗ ଓ ଅନ୍ୟ ହାତରେ ୟୁରିନ୍ ବ୍ୟ‌ାଗ୍ ଧରିଛନ୍ତି। ଏହି ଫଟୋର କ୍ୟାପସନରେ ସେ ଲେଖିଛନ୍ତି - 'ସୁସ୍ଥ ହେବା ପାଇଁ ଏହି କରିଡର ଦେଇ ମୁଁ ଆଲୋକ ଆଡକୁ ଗତି କରୁଛି।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe