ହିନ୍ଦୀ- ଓଡ଼ିଆ ଦ୍ବିଭାଷୀ ଚଳଚ୍ଚିତ୍ରରେ ଅନେକ ଓଡ଼ିଆ

Advertisment
ହିନ୍ଦୀ- ଓଡ଼ିଆ ଦ୍ବିଭାଷୀ ଚଳଚ୍ଚିତ୍ରରେ ଅନେକ ଓଡ଼ିଆ

ହିନ୍ଦୀ-ଓଡ଼ିଆ ଦ୍ବିଭାଷୀ ଚଳଚ୍ଚିତ୍ର ‘ଓଏ ଅଞ୍ଜଳି’ରେ ପରଦା ପଛରେ କାମ କରିଥିବା ଟେକ୍‌ନିସିଆନ୍ ଓ ପରଦା ଉପରେ ଦର୍ଶକଙ୍କ ନିଜରକୁ ଆସିବାକୁ ଥିବା କଳାକାରଙ୍କ ମଧ୍ୟରେ ଅନେକ ଓଡ଼ିଆଙ୍କୁ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ଅନେକାଂଶ ଦୃଶ୍ୟାୟନ ମସୋରିରେ ଥିବା ନ’ହଜାର ମିଟର ଉଚ୍ଚ ପାହାଡ଼ ଉପରେ ଏବଂ ଉତ୍ତରାଖଣ୍ଡର ବିଭିନ୍ନ ଆକର୍ଷଣୀୟ ସ୍ଥାନରେ ସୁଟିଂ କରାଯାଇଛି। ଆୟୂଷୀ ଫିଲ୍ମ ପ୍ରଡକ୍ସନ୍‌ ନିବେଦିତ ‘ଓଏ ଅଞ୍ଜଳି’ର ପ୍ରଯୋଜନା କରିଛନ୍ତି ସୁମନ ବର୍ମା ଏବଂ କାହାଣୀ ପରିକଳ୍ପନା ସହ ନିର୍ଦ୍ଦେଶନା ଦେଇଛନ୍ତି ରମାଶଙ୍କର।

ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତିି ପ୍ରେମ୍ ଆନନ୍ଦ। ଏହା ଏକ ତ୍ରିକୋଣୀୟ ପ୍ରେମକାହାଣୀ। ନିକଟରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାକୁ ଯାଉଛି। ଏଥିରେ ଓଡ଼ିଆ ଅଭିନେତା ସ୍ବରାଜ, ଶ୍ରେୟାନ୍‌ ଓ ହିନ୍ଦୀ ଅଭିନେତ୍ରୀ ମାନବୀ ପଟେଲ ଓ ଯୋଗେଶ ଜୋଜୋଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe