ହତ୍ୟା ଧମକ ପ‌ରେ ବି କୋଲକାତାରେ ଲାଇଭ୍ ସୋ’ କରିବେ ସଲମାନ

Advertisment
ହତ୍ୟା ଧମକ ପ‌ରେ ବି କୋଲକାତାରେ ଲାଇଭ୍ ସୋ’ କରିବେ ସଲମାନ

କୋଲକାତା: ଗତ କିଛି ଦିନ ହେବ ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି। ପୂର୍ବରୁ ଅନେକ ଥର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ହତ୍ୟା କରିବ ବୋଲି ଧମକ ଦେଇସାରିଥିବା ବେଳେ ସଲମାନଙ୍କର ଜଣେ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ଗତ ଶନିବାର ଏକ ଇ-ମେଲ୍‌ ଜରିଆରେ ହତ୍ୟା ଧମକ ମିଳିଥିଲା। ଏହି ଧମକ ପ‌ରେ ସଲମାନଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଥିବା ବେଳେ ତାଙ୍କୁ କିଛି ଦିନ ବାହାରେ ସୁଟିଂ କରିବାକୁ ମନା କରାଯାଇଛି।

ହେଲେ ପୁଲିସ ତାଗିଦ କରିବା ପରେ ବି ସଲମାନ କୋଲକାତାରେ ଲାଇଭ ସୋ’ କରିବେ ବୋଲି ଜଣାପଡ଼ିଛି। ତେବେ ଏହି ସୋ’ ଏପ୍ରିଲ‌ରେ ହେବାକୁ ଥିବା ବେଳେ ଏବେ ଏହା ଜୁନକୁ ଘୁଞ୍ଚାଇ ଦିଆଯାଇଛି। ହତ୍ୟା ଧମକ ମିଳିବା ପରେ ସଲମାନଙ୍କ ସୋ’ ବାତିଲ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେ‌ଳେ ଏବେ ସୋ’ର ଅ‌ାୟୋଜକ ଏହାକୁ ଗୁଜବ ବୋଲି କହିଛନ୍ତି। ସୋ’ ବାତିଲ ହୋଇନି ବରଂ ଜୁନକୁ ଘୁଞ୍ଚାଇ ଦିଆଯାଇଛି ବୋଲି ସୋ’ର ଅ‌ାୟୋଜକ କହିଛନ୍ତି।

ସୋ’ର ଆୟୋଜକ ରାଜଦୀପ ଚକ୍ରବର୍ତ୍ତୀ କହିଛନ୍ତି, “ଏହି ଭିତ୍ତିହୀନ ଗୁଜବ କିଏ ପ୍ରଚାର କରୁଛି? ସୋ’ ମେ’ ବା ଜୁନରେ ହେବ, ଏପ୍ରିଲରେ ନୁହେଁ। ଜାନୁଆରିରେ ଏହି ସୋ’ ହେବାର ଥିଲା, ହେଲେ ସ୍ଥାନକୁ ନେଇ ଦ୍ବନ୍ଦ୍ବ ଥିବାରୁ ଏହା ଏପ୍ରିଲକୁ ଘୁଞ୍ଚିଥିଲା। ହେଲେ ସୋ’ରେ ଜାକଲିନ ମଧ୍ୟ ଆସିବାକୁ ଥିବାରୁ ତାଙ୍କ ତାରିଖ ମିଳିପାରୁନାହିଁ। ତାଙ୍କ ସହ କଥା ହେବା ପରେ ଆମେ ଖୁବ ଶୀଘ୍ର ସୋ’ର ତାରିଖ ଘୋଷଣା କରିବୁ। କୋଲକାତାର ଏକ ବଡ଼ ଖେଳ ପଡ଼ିଆରେ ଏହି ସୋ’ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe