ହୋମ୍‌ କ୍ୱାରାଣ୍ଟିନ୍‌ କାରାଗାର ସଦୃଶ: ଅମିତାଭ ବଚ୍ଚନ

Advertisment
ପାନ ମସଲା କମ୍ପାନିକୁ ଅମିତାଭଙ୍କ ଲିଗାଲ ନୋଟିସ୍‌

FilmiBeat

ଅମିତାଭ ବଚ୍ଚନ ରବିବାର ହସ୍ପିଟାଲ୍‌ରୁ ଆସିବା ପରେ ଏବେ ହୋମ କ୍ବାରାଣ୍ଟିନ୍‌ରେ ଅଛନ୍ତି। ତେବେ ଏହି ହୋମ୍‌ କ୍ବାରାଣ୍ଟିନ୍‌ଙ୍କୁ କାରାଗାର ବୋଲି ବର୍ଣ୍ଣନା କରିଛନ୍ତି ବିଗ୍-ବି। ନିଜ ବ୍ଲଗ୍‌ ପୋଷ୍ଟରେ ସେ ଏ ସମ୍ପର୍କରେ ଉଲ୍ଲେଖ କରି ଲେଖିଛନ୍ତି, ଘରେ ଥାଇ ମଧ୍ୟ ଘର ଲୋକଙ୍କ ସହ ସମ୍ପର୍କ ନାହିଁ। କାଚ ଦ୍ବାରା ସିଲ୍‌ ହୋଇଥିବା ବେଳେ ଘର ମଧ୍ୟରେ ବି ଘର ଲୋକଙ୍କ ସହ ଫୋନ୍‌ରେ କଥାବାର୍ତା କରବାକୁ ପଡ଼ୁଛି। ସେ କହିଛନ୍ତି ଘର ଭିତର ରହି କେବଳ ମେଡିକାଲ୍‌ ରୁଟିନ୍‌ ଅନୁକରଣ କରୁଛି। ମୁଣ୍ଡ ଭିତରକୁ ଅନେକ କଥା ଆସୁଛି। ଯାହା ମତେ ବିଭ୍ରାନ୍ତ କରୁଛି। ସୂଚନାଯୋଗ୍ୟ ଅମିତାଭ ବଚ୍ଚନ ଜୁଲାଇ ୧୨ରେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଅଗଷ୍ଟ ୨ ତାରିଖରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏନେଇ ସେ ଟ୍ବିଟର ଯୋଗେ ସୂଚନା ଦେବା ସହ ଘରକୁ ଫେରିବାର ଖୁସି ବୟାନ କରିଥିଲେ। ମାତ୍ର ଏବେ ପୁଣି ଘରେ ରହି ଘର ଭିତରେ ଏକଲା ରହିବାର ଅନୁଭବକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe