ଛାଡ଼ପତ୍ର ପରେ ମୁଁ ଖୁସିରେ ରହୁଛି, ସୁସ୍ଥ ହେଉଛି: ହନି ସିଂହ

କିଛି ଦିନ ତଳେ ଜଣାଶୁଣା ରାପର ହନି ସିଂହ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହୋଇଥି‌ଲେ। ଛାଡ଼ପତ୍ର ହେବା ପରେ ଏବେ ସେ ବହୁତ ଖୁସି ଥିବା କହିଛନ୍ତି। ଔଷଧ କମ ହେବା ସହ ସେ ସୁସ୍ଥ ହେଉଥିବା ଜଣାଇଛନ୍ତି।

ଅଦ୍ୟତନ ହୋଇଛି
sdwe

ମୁମ୍ବାଇ: ସୁପରହିଟ୍ ରାପର୍ ଏବଂ ଗାୟକ ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ହନି ୨୦୨୩ ମସିହାରେ ତାଙ୍କ ପତ୍ନୀ ଶାଲିନୀ ତଲୱାରଙ୍କୁ ଛାଡପତ୍ର ଦେଇଥିଲେ। ଏବେ ଏହି ଛାଡ଼ପତ୍ରକୁ ନେଇ ସେ କେତେ ଖୁସି ତାହା ଜଣାଇଛନ୍ତି। ଛାଡ଼ପତ୍ର ପରେ ତାଙ୍କ ଜୀବନ ବଦଳିଥିବା ବିଷୟରେ କହିଛନ୍ତି ହନି। 

ମାଶେବଲ୍ ଇଣ୍ଡିଆକୁ ସାକ୍ଷାତକାର ଦେଇ ହନି ସିଂ ତାଙ୍କ ଛାଡପତ୍ର ବିଷୟରେ କହିଥିଲେ। ସେ କହିଥିଲେ ଯେ "ମୁଁ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲି ଏବଂ ଅଲଗା ହେବା ପରେ ହିଁ ମୁଁ ଭଲ ଅନୁଭବ କରିବାକୁ ଲାଗିଲି। ମୋର ଔଷଧ କମିଗଲା ଏବଂ ମୋର ସମସ୍ୟାର ସମାଧାନ ମିଳିଗଲା।"

ହନି ସିଂ ଆହୁରି କହିଥିଲେ ଯେ "ଯେତେବେଳେ ମୁଁ ଅଲଗା ହେବା ପରେ ସୁସ୍ଥ ହେବା ଆରମ୍ଭ କଲି, ସେତେବେଳେ ମୁଁ ଅନୁଭବ କଲି ଯେ ମୁଁ ସାତ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏ ଦୁନିଆକୁ ଦେଖୁଛି ।  ଛାଡ଼ପତ୍ର ପରେ ମୁଁ ଜମା ବି ଦୁଃଖିତ ନଥିଲି। ବରଂ ବହୁତ ଖୁସି ହୋଇଥିଲି। ବିବାହ ପରେ ଯେଉଁ ମାନସିକ ଚାପରେ ରହୁଥିଲି ତାହା ଦୂର ହୋଇଯାଇଥିଲା। ଏବେ ମୁଁ ଖୁସିରେ ବଞ୍ଚୁଛି।"

ଏହା ପୂର୍ବରୁ ଅନ୍ୟ ଏକ ସାକ୍ଷାତକାରରେ ହନି ସିଂହ କହିଥିଲେ, ବିବାହର ପ୍ରଥମ ୯-୧୦ ମାସ ପାଇଁ ଆମର ବିବାହ ବହୁତ ଭଲ ଥିଲା । କିନ୍ତୁ ତା’ପରେ ଯେତେବେଳେ ମୋର କ୍ୟାରିୟର ଆଗକୁ ବଢ଼ିଲା, ମୁଁ ମଦ୍ୟପାନ କରିବାକୁ ଲାଗିଲି, ଯେଉଁଥିପାଇଁ ଶାଲିନୀଙ୍କ ସହ ମୋର ସମ୍ପର୍କ ଖରାପ ହେବାକୁ ଲାଗିଲା। ଏହା ପରେ ଆମେ ଅଲଗା ହେବାକୁ ସ୍ଥିର କଲୁ ଏବଂ୨୦୨୨-୨୩ ମଧ୍ୟରେ ଛାଡପତ୍ର ନେଲୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe