ସ୍ତ୍ରୀ ସହିତ ହୋଇଥିବା ଛାଡ଼ପତ୍ରକୁ ନେଇ ହନି ସିଂହଙ୍କ ପ୍ରତିକ୍ରିୟା

ବାହାଘରର ୧୨ ବର୍ଷ ପରେ ସ୍ତ୍ରୀ ଠାରୁ ଅଲଗା ହୋଇ ହନି ସିଂହ ପତ୍ନୀ ଶାଳିନୀଙ୍କୁ ଏକକୋଟି ଟଙ୍କା ଭରଷପୋଷଣ ବାବଦକୁ ଦେଇଥିବା କଥା ଗଣମାଧ୍ୟମରେ ସାଙ୍କେତକ ଭାବେ କହି କହିଛନ୍ତି।

23

ନୂଆଦିଲ୍ଲୀ: ଦୀର୍ଘ ଦିନ ହେବ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହେବାପରେ ରାପର୍‌ ତଥା ସିଙ୍ଗର ହନି ସିଂହଙ୍କ ବାହାଘରର ୧୨ ବର୍ଷ ପରେ ପତ୍ନୀ ଶାଳିନୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି।

ସ୍ତ୍ରୀ ଠାରୁ ଅଲଗା ହେବା ପରେ ହନି ସିଂହ ପତ୍ନୀ ଶାଳିନୀଙ୍କୁ ଏକାକ‌ୋଟି ଟଙ୍କା ଭରଷପୋଷଣ ବାବଦକୁ ଦେଇଥିବା କଥା ସାଙ୍କେତକ ଭାବେ କହି କହିଛନ୍ତି, ‘ଆମର ଏକ ଚୁକ୍ତି ହୋଇଯାଇଛି। ଏହି ଚୁକ୍ତି ଅନୁଯାୟୀ ଶାଳିନୀ କିମ୍ବା ମୁଁ ଗଣମାଧ୍ୟମ ସାମ୍ନାରେ ପରସ୍ପର ବିରୋଧରେ କିଛି କହି ପାରିବୁ ନାହିଁ।

ଶାଳିନୀ ମୋର ପିଲାଦିନର ଭଲପାଇବା ଥିଲେ। ଆମ ଦୁହିଁଙ୍କର ପ୍ରଥମ ସାକ୍ଷାତ ଏକ ଟ୍ୟୁସନରେ ପାଠପଢ଼ିବା ସମୟରେ ହୋଇଥିଲା। ମୁଁ ବିଏସଇର ପ୍ରସ୍ତୁତି କରୁଥିବା ବେଳେ ଶାଳିନୀ ସ୍କୁଲରେ ପାଠପଢ଼ୁଥିଲେ। ଦୀର୍ଘ ବର୍ଷର ଭଲପାଇବା ପରେ ଶାଳିନୀଙ୍କୁ ୨୦୧୧‌ରେ ବିବାହ କରିଥିଲି। ବିବାହର ୯/୧୦ମାସ ସବୁକିଛି ଠିକଠାକ ଚାଲିଥିଲା। ଏହାପରେ ଆମ ସମ୍ପର୍କ‌ରେ ଫାଟ ସୃଷ୍ଟି ହୋଇଥିଲା।

ଅନେକ ଚେଷ୍ଟା କରିଥିଲି ଏହାର ସମାଧାନ ପାଇଁ କିନ୍ତୁ କିଛି ଲାଭ ମିଳି ନଥିଲା।

ଦିଲ୍ଲୀ ସାକେତର ଫ୍ୟାମିଲି କୋର୍ଟରେ ପ୍ରାୟ ଅଢ଼େଇ ବର୍ଷ ଯାଏ ହନି ସିଂହ ଓ ଶାଳିନୀ ତଲଓ୍ୱାରଙ୍କ ଛାଡପତ୍ର ମାମଲା ଚାଲିଥିଲା। ଶେଷରେ ଏହା ଉପରେ ରାୟ ଦେବା ପୂର୍ବରୁ ପତ୍ନୀଙ୍କ ସହ ରହିବା ଲାଗି ଚେଷ୍ଟା କରିବାକୁ ଚାହୁଁଛନ୍ତି କି ବୋଲି କୋର୍ଟ ହନି ସିଂଙ୍କୁ ପଚାରିଥିଲେ? କୋର୍ଟଙ୍କ ଏହି ପ୍ରଶ୍ନର ଉତ୍ତର ହନି ନା’ରେ ଦେଇଥିବା ବ‌େଳେ  ଶାଲିନୀ ମଧ୍ୟ ଏଥିରେ ରାଜି ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe