କଷ୍ଟ ସହି ନପାରି ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ପାଇଁ ପ୍ରାର୍ଥନା କରୁଥିଲି

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ହନି ସିଂ ପ୍ରତିକ୍ରିୟା ଦେଇ କହିଥିଲେ, ‘ମୋ ଜୀବନରେ ଏମିତି ଏକ ସମୟ ଆସିଥିଲା ଯେଉଁ ସମୟର ମୁଁ ପ୍ରତି ମୁହୂର୍ତ୍ତରେ ଭଗବାନଙ୍କୁ ମୋର ମୃତ୍ୟୁ ପାଇଁ କରୁଥିଲି ପ୍ରାର୍ଥନ।’

e

ମୁମ୍ବାଇ: ଲୋକପ୍ରିୟ ରାପର ତଥା ଗାୟକ ୟୋ ୟୋ ହନି ସିଂ ବିଷୟରେ ସମସ୍ତେ ଅବଗତ ଅଛନ୍ତି । ସେ ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ୍ ଗୀତ ଗାଇଛନ୍ତି । ତେବେ ଅନେକ ଥର ହନି ଗାଇଥିବା ଗୀତ ବିବାଦ ସୃଷ୍ଟି କରିଛି। ଏସବୁ ସତ୍ତ୍ବେ ବି ସେ ଖୁବ ସଫଳତା ଓ ଲୋକପ୍ରିୟତା ପାଇଛନ୍ତି। 

ଅଧିକପଢ଼ୁନ୍ତୁ:ଧୋନିଙ୍କ ପାଇଁ ନୂଆ ସମସ୍ୟା: ତଦନ୍ତର ହେବେ ସମ୍ମୁଖୀନ

ହନି ସିଂଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା ଯେଉଁ ସମୟରେ ସେ ଦିନରାତି ମୃତ୍ୟୁ ପାଇଁ ପ୍ରାର୍ଥନା କରୁଥିଲେ।

ନିକଟରେ ଏକ ସାକ୍ଷାତକାରରେ ହନି ସିଂ କହିଛନ୍ତି, ‘ମୋ ଜୀବନରେ ଏମିତି ଏକ ସମୟ ଆସିଥିଲା ଯେଉଁ ସମୟରେ ମନ ବିଚଳିତ ହୋଇପଡ଼ୁଥିଲା। କ’ଣ କରିବି କ’ଣ ନାହିଁ କିଛି ବୁଝି ପାରୁ ନଥିଲି। ବହୁତ କଷ୍ଟ ହେଉଥିଲା। ବଞ୍ଚିବା ପାଇଁ ଆଉ ଇଚ୍ଛା ନଥିଲା। ପାଗଳପ୍ରାୟ ହୋଇଯାଇଥିଲି। ମୁଁ ନିଜ କଷ୍ଟକୁ ଭୁଲିବା ପାଇଁ କାମ ଓ ମଦରେ ଏତେମାତ୍ରାରେ ବୁଡ଼ିଯାଇଥିଲି ଯେ ନିଦ ହେଉ ନଥିଲା। ପ୍ରତି ମୁହୂର୍ତ୍ତର ଭଗବାନଙ୍କୁ ମୋର ମୃତ୍ୟୁ ପାଇଁ ପ୍ରାର୍ଥନା କରି ଚାଲିଥିଲି।

ଅଧିକପଢ଼ୁନ୍ତୁ:ନୂଆବର୍ଷରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ ବ୍ୟବସ୍ଥା: ମନ୍ତ୍ରୀ

ମୋର ରୋଗକୁ ବୁଝିବା ପାଇଁ ତିନିବର୍ଷର ସମୟ ଲାଗିଥିଲା। ଏହି ସମୟରେ ମୁଁ ଅନେକ ଡାକ୍ତରଙ୍କ ସହ ସମ୍ପର୍କରେ ଆସିଛି। ଏବେ ବି ମୋର ଚିକିତ୍ସା ଚାଲିଛି ଧୀରେଧୀରେ ସୁସ୍ଥ ହେଉଛି। କଷ୍ଟ ଓ ଯନ୍ତ୍ରଣାରୁ ମୁକ୍ତି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe