କପିଲଙ୍କ ପୂର୍ବରୁ ଏସବୁ ପଞ୍ଜାବୀ ତରକାଙ୍କୁ ଆସିଛି ଗ୍ୟାଙ୍ଗଷ୍ଟାର ଧମକ

କପିଲଙ୍କ ପୂର୍ବରୁ ପଞ୍ଜାବୀ ଗାୟକ ଜାନିଙ୍କୁ ମଧ୍ୟ ହତ୍ୟା ଧମକ ମିଳିଛି। ଏହା ପରେ, ଗାୟକ ନିଜର ସୁରକ୍ଷା ଦାବି କରି ମୋହାଲିର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଏଡିଜିପି ଏବଂ ଏସଏସପିଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ।

New Project (3)

ନୂଆଦିଲ୍ଲୀ: ଗତକାଲି ରାତିରେ କମେଡି କିଙ୍ଗ କପିଲ ଶର୍ମାଙ୍କ କାନାଡା କାଫେରେ କିଛି ଲୋକ ଗୁଳି କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଗୁଳିକାଣ୍ଡ ପାଇଁ  ଖଲିସ୍ତାନୀ ଆତଙ୍କବାଦୀ ହରଜିତ୍‌ ସିଂହ ଲାଡ୍ଡିର ସଂଗଠନ  ନିଜକୁ ଦାୟୀ କରିଛି। 

ତେବେ ଏହା ପ୍ରଥମ ଘଟଣା ନୁହେଁ କପିଲଙ୍କ ପୂର୍ବରୁ ମଧ୍ୟ ଅନେକ ପଞ୍ଜାବୀ ତାରକା ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟକୁ ଆସି ସାରିଛନ୍ତି। ଏହି ତାଲିକାରେ ପ୍ରଥମ ନାମ ହନି ସିଂହଙ୍କର ରହିଛି। 

ହନି ଏକ ସାକ୍ଷାତକାରରେ କହିଥିଲେ, ‘ତାଙ୍କୁ ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର ଫୋନରେ ଧମକ ଦେଇଥିଲେ। ଗୋଲ୍ଡୀ ଗାୟକଙ୍କଠାରୁ ୫୦ ଲକ୍ଷ ଟଙ୍କା ଦାବି କରି କହିଥିଲେ ଯେ ଯଦି ସେ ଏହି ଟଙ୍କା ନ ଦିଅନ୍ତି, ତେବେ ତାଙ୍କୁ ହତ୍ୟା କରାଯିବ।’

ଏହି କ୍ରମରେ ଦ୍ବିତୀୟ ନାମ ଏପି ଢିଲୋନଙ୍କର ରହିଛି। ପଞ୍ଜାବୀ ଶିଳ୍ପର ଲୋକପ୍ରିୟ ଗାୟକ ଏପି ଢିଲୋନ୍ ମଧ୍ୟ ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ ଆସିଛନ୍ତି। କିଛି ମାସ ପୂର୍ବରୁ ଗାୟକଙ୍କ ଘରେ ଗୁଳିମାଡ଼ କରାଯାଇଥିଲା। ଏହି ଗୁଳିକାଣ୍ଡ ଘଟଣାରେ ବିଷ୍ନୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା।

ସେହିପରି କପିଲଙ୍କ ପୂର୍ବରୁ ପଞ୍ଜାବୀ ଗାୟକ ଜାନିଙ୍କୁ ମଧ୍ୟ ହତ୍ୟା ଧମକ ମିଳିଛି। ଏହା ପରେ, ଗାୟକ ନିଜର ସୁରକ୍ଷା ଦାବି କରି ମୋହାଲିର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଏଡିଜିପି ଏବଂ ଏସଏସପିଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ। ପଞ୍ଜାବୀ ସିନେମାର ପ୍ରସିଦ୍ଧ ଗାୟକ ବବ୍ବୁ ମାନଙ୍କ ନାମ ମଧ୍ୟ ଏହି ତାଲିକାରେ ଅଛି। ତାଙ୍କୁ ମଧ୍ୟ ଧମକପୂର୍ଣ୍ଣ ଫୋନ୍ ଆସିଥିଲା। ଏହାପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିଲା। 

 ପଞ୍ଜାବୀ ସିନେମାର ସବୁଠାରୁ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଗୁଳି କରି ହତ୍ୟା କରିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe