ହସ୍ପିଟାଲରେ ଈଶା ଗୁପ୍ତା, ମାତ୍ର ଇନ୍‌ଷ୍ଟାଗ୍ରାମରେ ପୁଣି ହଟ୍‌ ଫଟୋ

Advertisment
ହସ୍ପିଟାଲରେ ଈଶା ଗୁପ୍ତା, ମାତ୍ର ଇନ୍‌ଷ୍ଟାଗ୍ରାମରେ ପୁଣି ହଟ୍‌ ଫଟୋ

photo--indian express

ମୁମ୍ବାଇ: ବଲିଉଡର ସେକ୍ସି ହିରୋଇନ୍‌ ଈଶା ଗୁପ୍ତାଙ୍କ ହାତରେ ଏବେ କୌଣସି ନୂଆ ସିନେମା ନାହିଁ କି ସେ କୌଣସି ଫିଲ୍ମର ସୁଟିଂ କରୁ ନାହାନ୍ତି। ଠିକ୍‌ ସେହିପରି ଈଶା ସଂପ୍ରତି ଅଭିନୟ ଅପେକ୍ଷା ମଡେଲିଂରେ କ୍ୟାରିଅର କରିବାକୁ ବିଶେଷ ଆଗ୍ରହୀ ବୋଲି କୁହାଯାଉଛି। ତେବେ ଏହା ଭିତରେ ଏକ ଖରାପ ଖବର ମିଳିଛି ଯେ ଏହି ନାୟିକା ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ କିନ୍ତୁ ନିଜର ଅସୁସ୍ଥତାକୁ ନେଇ ଆଦୌ ଚିନ୍ତିତ ଥିବା ଭଳି ଲାଗୁ ନାହାନ୍ତି। କାରଣ ସେ ସେହି କେତେକ ହଟ୍‌ ଫଟୋ ଗତ କିଛି ଦିନ ହେବ ଇଣ୍ଟରନେଟ ଜଗତରେ ଚହଳ ପକାଇଛି ।ସେକ୍ସି ହିରୋଇନ୍‌ ଈଶା ଗୁପ୍ତା ହସ୍ପିଟାଲ ବେଡରେ ରହିଥିବା ବେଳେ ଆଖିରେ କଳା ଚଷମା ପିନ୍ଧିଥିବାର ଫଟୋ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି। ସେ ଏଥିରେ ବି ଖୁବ୍‌ ହଟ୍‌ ଦିଶୁଛନ୍ତି। ସେ ନିଜ ଦେଶରେ ଭଲରେ ଅଛନ୍ତି ବୋଲି ବି ସୂଚନା ଦେଇଛନ୍ତି। ଖାଲି ଏହି ଗୋଟିଏ ଫଟୋ ସେ ସେଆର କରି ନାହାନ୍ତି। ନିକଟରେ GQ ମାଗାଜିନ୍‌ ଲାଗି କରାଇଥିବା ହଟ୍‌ ଫଟୋଗୁଡିକୁ ବି ଈଶା ଗୁପ୍ତା ସେଆର୍‌ କରିଛନ୍ତି। ଏହି ସବୁ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

publive-image photo-instagram

ଚଳିତ ବର୍ଷ ଅଜୟ ଦେବଗନ ଷ୍ଟାରର୍‌ ଫିଲ୍ମ ‘ବାଦଶାହୋ’ରେ ନଜର ଆସିଥିବାଏହି ନାୟିକାଙ୍କର ଭ୍ୟାନ୍‌ରେ ଏକ କଳା ରଙ୍ଗର ମିନିସ୍କର୍ଟ ପିନ୍ଧା ଫଟୋ କିଛି ମାସ ତଳେ ଭାଇରାଲ ହେବାରେ ଲାଗିଥିଲା। ଠିକ୍‌ ସେହିପରି ସେ ସପିଂ କରିବା ସମୟରେ ଏକ ସ୍ଲିଭଲେସ୍‌ ବାନିଅନ୍‌ ପିନ୍ଧା ଫଟୋ ବି କିଛି କମ୍‌ ଚର୍ଚ୍ଚା ସାଉଁଟି ନ ଥିଲା। ଅପରପକ୍ଷରେ ଶିଲ୍ପା ସେଟ୍ଟିଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମୟର ଫଟୋ ବି ବେଶ ଭାଇରାଲ୍‌ ହୋଇଥିଲା। ମୁମ୍ବାଇ ଏୟାରପୋର୍ଟରେ ନିଆଯାଇଥିବା ଏକ ଫଟୋ ବି ଇଣ୍ଟରନେଟ ଜଗତରେ ନିଆଁ ଲଗାଇଥିଲା । ଏହାପରେ ସେ ପୁଣି ନିଜର ଏକ ବୋଲଡ ଫଟୋ ଇନ୍‌ଷ୍ଟାଗ୍ରାମରେ ସେଆର୍‌ କରିଥିଲେ। ଏହି ଫଟୋରେ ଈଶା ଗୁପ୍ତାଙ୍କ ଦେହରେ କପଡ଼ା ନଥିବା ଦେଖିବାକୁ ମଳିଥିଲା। ଏବେ ପ୍ରଶ୍ନ ହେଉଛି ଏହାପରେ କ’ଣ କରୁଛନ୍ତି ଈଶା? ସେ ପ୍ରକୃତରେ କ’ର ମେସେଜ୍‌ ଦେବାକୁ ଚାହାନ୍ତି? ସେ କ’ଣ ଏହା ଜରିଆରେ ଉଭୟ ସିନେପ୍ରେମୀ ଏବଂ ବଲିଉଡର ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବାକୁ ଚାହାଁନ୍ତି? ଏହାର ଉତ୍ତର ଦେଇପାରିବେ କେବଳ ଈଶା ଗୁପ୍ତା।

ଈଶା ଗୁପ୍ତାଙ୍କ ଜନ୍ମ ୧୯୮୫ ମସିହା ନଭେମ୍ବର ୨୮ ତାରିଖରେ ହୋଇଥିଲା। ସେ ୨୦୦୭ରେ ମିସ୍‌ ଇଣ୍ଡିଆ ଇଣ୍ଟରନେସନାଲ୍‌ ହେବାର ଗୌରବ ଅର୍ଜନ କରିଥିଲେ। ଏହାପରେ ସେ ବଲିଉଡରେ ପ୍ରବେଶ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ସିନେମା ହେଲା ‘ଜନ୍ନତ୍‌-୨’। ପ୍ରଥମ ସିନେମାରେ ହିଁ ଈଶା ଗୁପ୍ତା ପାଇଥିଲେ ଫିଲ୍ମ ଫେଆର ବେଷ୍ଟ ଫିମେଲ ଡେବ୍ୟୁ ଆଓ୍ଵାର୍ଡ। ଏହାପରେ ତାଙ୍କୁ ‘ଚକ୍ରବ୍ୟୁହ’, ‘ହମସକଲସ୍‌’,‘ରୁସ୍ତମ୍‌’, ରାଜ ଥ୍ରି ଡି ଏବଂ ‘ବାଦଶାହୋ’ ଆଦି ହିନ୍ଦୀ ସିନେମାରେ ଦେଖିବାକୁ ମିଳିଥିଲା। ତେବେ ସେ ଏଯାବତ୍‌ ଟପ୍‌ ନାୟିକା ବନ ପାରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe