Advertisment

୨୧-୨୧-୨୧ କୌଶଳ ଅବଲମ୍ବନ କରି ଚୁଟ୍‌କିରେ ନିଜକୁ ଫିଟ୍‌ କରିଦେଲେ କମେଡି କିଙ୍ଗ୍‌

Advertisment

କପିଲ ଶର୍ମା ନେଟଫ୍ଲିକ୍ସର ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ସୋ’ର ଚଳିତ ସିଜିନରେ ନଜର ଆସିବା ପରେ ଓଜନ ହ୍ରାସ ପାଇଁ ବହୁତ ଦୃଷ୍ଟି ଆକର୍ଷଣ କରିଛନ୍ତି। ଫରାହ ଖାନ ଏବଂ ସୋନୁ ସୁଦଙ୍କ ଭଳି ସେଲିବ୍ରିଟିଙ୍କୁ ତାଲିମ ଦେବା ପାଇଁ ଜଣାଶୁଣା ଫିଟନେସ୍ ପ୍ରଶିକ୍ଷକ ଯୋଗେଶ ଭଟେଜା ତାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି।

କପିଲ ଶର୍ମା ନେଟଫ୍ଲିକ୍ସର ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ସୋ’ର ଚଳିତ ସିଜିନରେ ନଜର ଆସିବା ପରେ ଓଜନ ହ୍ରାସ ପାଇଁ ବହୁତ ଦୃଷ୍ଟି ଆକର୍ଷଣ କରିଛନ୍ତି। ଫରାହ ଖାନ ଏବଂ ସୋନୁ ସୁଦଙ୍କ ଭଳି ସେଲିବ୍ରିଟିଙ୍କୁ ତାଲିମ ଦେବା ପାଇଁ ଜଣାଶୁଣା ଫିଟନେସ୍ ପ୍ରଶିକ୍ଷକ ଯୋଗେଶ ଭଟେଜା ତାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି।

new-project-18-2025-07-04-19-09-16

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ୍‌ ଶର୍ମାଙ୍କ ଓଜନ ହ୍ରାସ କାହାଣୀ ଅଳ୍ପବହୁତ ସଭିଙ୍କୁ ଜଣା। କିଭଳି ଭାବେ ପୂର୍ବରୁ ସେ ସୁସ୍ଥସବଳ ଥିବା ବେଳେ; ଏବେ ନିଜକୁ ଫିଟ୍‌ କରିପାରିଛନ୍ତି ତାହା ତ ତାଙ୍କୁ ଦେଖିବା ପରେ ହିଁ ଜଣା ପଡ଼ିଥାଏ। ମାତ୍ର ନିଜକୁ ଫିଟ୍‌ ରଖିବା ପାଇଁ ସେ ଯେଉଁ ୨୧-୨୧-୨୧ କୌଶଳ ଅବଲମ୍ବନ କରିଥିଲେ ତାହା ଆପଣ ଜାଣନ୍ତି କି?

କପିଲ ଶର୍ମା ନେଟଫ୍ଲିକ୍ସର ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ସୋ’ର ଚଳିତ ସିଜିନରେ ନଜର ଆସିବା ସହିତ ତାଙ୍କର ଓଜନ ହ୍ରାସ ପାଇଁ ବହୁତ ଦୃଷ୍ଟି ଆକର୍ଷଣ କରିଛନ୍ତି। ଫରାହ ଖାନ ଏବଂ ସୋନୁ ସୁଦଙ୍କ ଭଳି ସେଲିବ୍ରିଟିଙ୍କୁ ତାଲିମ ଦେବା ପାଇଁ ଜଣାଶୁଣା ଫିଟନେସ୍ ପ୍ରଶିକ୍ଷକ ଯୋଗେଶ ଭଟେଜା, କପିଲ ଶର୍ମାଙ୍କ ସହ କାମ କରିବା ଏବଂ ତାଙ୍କୁ ଅତିରିକ୍ତ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବା ବିଷୟରେ ନିଜର ମୁହଁ ଖୋଲିଛନ୍ତି। ସେ ନିଜର ପ୍ରଶିକ୍ଷଣ ବିଷୟରେ କହିବା ବେଳେ କପିଲ୍‌ଙ୍କ ଉପରେ ଲାଗୁ କରିଥିବା ୨୧-୨୧-୨୧ କୌଶଳ ବିଷୟରେ ପ୍ରକାଶ କରିଛନ୍ତି।

ଯୋଗେଶ ଭଟେଜାଙ୍କ ଅନୁସାରେ, ପ୍ରଥମ ୨୧ ଦିନ ଶରୀରକୁ ଗତି କରାଇବା, ସମସ୍ତ ମାଂସପେଶୀକୁ ଚଳଚଞ୍ଚଳ କରାଇବା ଏବଂ କେବଳ ଷ୍ଟ୍ରେଚ୍ କରିବା ଉପରେ ଧ୍ୟାନ ଦିଆଯାଏ। ଏହି ପର୍ଯ୍ୟାୟରେ କିଛି ବି ଖାଦ୍ୟ କଟକଣା ରହିନଥାଏ।

ଦ୍ବିତୀୟ ୨୧ ଦିନରେ ଆସେ ଖାଦ୍ୟ କଟକଣା। ଏହି ପର୍ଯ୍ୟାୟରେ ଆମକୁ ନିଜ ଡାଏଟ୍‌ ନିୟନ୍ତ୍ରଣ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। 

ତୃତୀୟ ୨୧ ଦିନରେ ମଦ୍ୟପାନ, ଧୂମପାନ ଓ କ୍ୟାଫେନ୍‌ ଆଦି ପୂରାପୂରି ଭ‌ାବେ ତ୍ୟାଗ କରିବାକୁ ପଡ଼ିବ। ଆପଣ ବି ଯଦି କପିଲ୍‌ଙ୍କ ପରି ଫିଟ୍‌ ହେବାକୁ ଚାହୁଁଛନ୍ତି ତ ଏହି ନିୟମ ନିଶ୍ଚୟ ମାନନ୍ତୁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe