ସମ୍ପତ୍ତି ତୁଳନାରେ ଚୈତନ୍ୟଙ୍କଠାରୁ ଢେର ପଛରେ ଶୋଭିତା

Advertisment
ସମ୍ପତ୍ତି ତୁଳନାରେ ଚୈତନ୍ୟଙ୍କଠାରୁ ଢେର ପଛରେ ଶୋଭିତା

ହାଇଦ୍ରାବାଦ: ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ନିର୍ବନ୍ଧ କରିଛନ୍ତି ସାଉଥ୍ ସୁପରଷ୍ଟାର ତଥା ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ। ଖବର ମିଳିଥିଲା ଯେ, ଦୁହେଁ ଗୁରୁବାର ସନ୍ଧ୍ୟାରେ ହାଇଦ୍ରାବାଦରେ ନିର୍ବନ୍ଧ କରିବେ। ହେଲେ ପରେ ଜଣାପଡ଼ିଥିଲା ଯେ, ଗୁରୁବାର ସକାଳେ ଦୁହେଁ ନିର୍ବନ୍ଧ କରିଥିଲେ। ନାଗାର୍ଜୁନ ଦୁହିଁଙ୍କ ସହ ଉଠାଇଥିବା ଫଟୋ ସେୟାର କରି ଏହି ଖବର ଦେଇଥିଲେ।

ନିର୍ବନ୍ଧ ବିଷୟରେ ଘୋଷଣା କରି ନାଗାର୍ଜୁନ ଳେଖିଥିଲେ, “ଆମ ପୁଅ ନାଗା ଚୈତନ୍ୟଙ୍କ ନିର୍ବନ୍ଧ ଶୋଭିତା ଧୁଲିପାଲାଙ୍କ ସହ କରି ଆମେ ଆନନ୍ଦିତ। ଆଜି ସକାଳ ୯ଟା ୪୨ରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା!! ଆମ ପରିବାରକୁ ତାଙ୍କୁ ସ୍ୱାଗତ କରି ଆମେ ଅତ୍ୟଧିକ ଖୁସି। ଏହି ଦମ୍ପତିଙ୍କୁ ଅଭିନନ୍ଦନ! ସେମାନଙ୍କ ପାଇଁ ଆଜୀବନ ଭଲପାଇବା ଏବଂ ସୁଖ କାମନା କରୁଛି। ଭଗବାନ ଆଶୀର୍ବାଦ କରନ୍ତୁ!” ଅସୀମ ପ୍ରେମର ଆରମ୍ଭ।”

ତେବେ ଚୈତନ୍ୟଙ୍କ ସହ ନିର୍ବନ୍ଧ କରିବା ପରେ ଏବେ ଶୋଭିତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | ସମ୍ପତ୍ତି ତୁଳନାରେ ଉଭୟ ନାଗାର୍ଜୁନ ଓ ଚୈତନ୍ୟଙ୍କଠାରୁ ସେ ଢେର ପଛରେ ଥିବା ଜଣାପଡିଛି | ଜାତୀୟ ଗଣମାଧ୍ୟମ ମୁତାବକ, ନାଗାର୍ଜୁନ ସାଉଥ ଫିଲ୍ମର ସବୁଠୁ ଧନୀ ଅଭିନେତା ହୋଇଥିବା ବେଳେ ମୋଟ ୩,୧୦୦କୋଟିର ମାଲିକ ଅଟନ୍ତି | ତାଙ୍କ ପୁଅ ଚୈତନ୍ୟଙ୍କ ସମ୍ପତ୍ତି ଦେଖିବାକୁ ଗଲେ ସେ ମୋଟ ୧୫୪କୋଟି ଟଙ୍କାର ମାଲିକ ଅଟନ୍ତି | ଯଦି ଆମେ ଶୋଭିତାଙ୍କ ମୋଟ ସମ୍ପତ୍ତି ଦେଖିବା ତେବେ ସେ ମାତ୍ର ୭-୧୦କୋଟି ଟଙ୍କାର ମାଲିକାଣି ବୋଲି ଜଣାପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe