ପତ୍ନୀ ଅନୁଷ୍କାଙ୍କ ସହ ସେଲ୍‌ଫି ସେୟାର କଲେ ବିରାଟ; ଲେଖିଲେ ଏପରି କ୍ୟାପ୍‌ସନ୍‌

ପତ୍ନୀ ଅନୁଷ୍କାଙ୍କ ସହ ସେଲ୍‌ଫି ସେୟାର କଲେ ବିରାଟ; ଲେଖିଲେ ଏପରି କ୍ୟାପ୍‌ସନ୍‌

ନୂଆଦିଲ୍ଲୀ: କ୍ରିକେଟ୍‌ ତାରକା ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ନିଜର ଆଉ ଏକ ସେଲ୍‌ଫି ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। ଏହି ଫଟୋଟି ଭାଇରାଲ୍‌ ହୋଇଛି ବୋଲି କହିଲେ ଆଦୌ ଭୁଲ୍‌ ହେବ ନାହିଁ। ଶୁକ୍ରବାର ରାତିରେ ବିରାଟ ଏହି ଫଟୋଟି ଅପ୍‌ଲୋଡ କରିଥିବା ବେଳେ ଗୋଟିଏ ରାତି ମଧ୍ୟରେ ଏହା ମିଲିୟନ୍‌ ସେୟାର୍‌ ହୋଇ ସାରିଲାଣି। ବିରାଟ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏହି ଫଟୋଟି ଅପ୍‌ଲୋଡ କରି ଲେଖିଛନ୍ତି ‘ମିଲ୍‌ ଉଇଥ୍‌ ଦ ବେଷ୍ଟେଷ୍ଟ୍‍’। ବିରାଟ ତାଙ୍କ ଇନ୍‌ଷ୍ଟା ଗ୍ରାମରେ ପୂର୍ବରୁ ଅନେକ ଯୁଗଳ ଫଟୋ ଛାଡ଼ି ସାରିଛନ୍ତି। ନିକଟରେ ଅନୁଷ୍କା ତାଙ୍କ କାନ୍ଧ ଉପରେ ମୁଣ୍ଡ ରଖିଥିବାର ଏକ ଫଟୋ ବିରାଟ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ କରିବା ପରେ ଫଟୋଟିକୁ ୩ ମିଲିୟନ୍‌ ଲାଇକ୍‌ ମିଳିଥିଲା। ତା ପୂର୍ବରୁ ‘ଡେ ଆଉଯ୍‌ ଉଇଥ୍‌’ ମାଇଁ ବିୟୁଟି ଲେଖି ଏକ ଯୁଗଳ ଫଟୋ ଛାଡ଼ିଥିବାର ଦେଖିବାକୁ ମିଳିଥିଲା।

Meal with the bestest! ♥️♥️♥️

A post shared by Virat Kohli (@virat.kohli) on

?

A post shared by Virat Kohli (@virat.kohli) on

ଉଲ୍ଳେଖଯୋଗ୍ୟ, ଗତବର୍ଷ ଇଟାଲିଠାରେ ବିରୁଷ୍କା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅନୁଷ୍କା ନିକଟରେ ତାଙ୍କର ଅପ୍‌କମିଂ କଳଚ୍ଚିତ୍ର ‘ଜିରୋ’ ସୁଟିଂ କାର୍ଯ୍ୟରେ ସାରିବା ପରେ ବିରାଟଙ୍କୁ ଭେଟିବା ପାଇଁ ଯାଇ ଲଣ୍ଡନରେ ପହଞ୍ଚିଥିଲେ। ଏବେ ବରୁଣଙ୍କ ସହ କରିବାକୁ ଥିବା ‘ସାଇ ଧାଗା’ ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe