‘ଫାଇଟର’ପାଇଁ ରିତିକ ରୋଶନ୍‌ କେତେ ଟଙ୍କା ନେଇଛନ୍ତି ଜାଣିଲେ, ଆପଣଙ୍କ ହୋସ୍‌ ଉଡିଯିବ!

Advertisment
‘ଫାଇଟର’ପାଇଁ ରିତିକ ରୋଶନ୍‌ କେତେ ଟଙ୍କା ନେଇଛନ୍ତି ଜାଣିଲେ, ଆପଣଙ୍କ ହୋସ୍‌ ଉଡିଯିବ!

photo--easterneye.eu

ମୁମ୍ବାଇ:ବଲିଉଡ ସୁପରଷ୍ଟାର ରିତିକ ରୋଶନଙ୍କ କ୍ୟାରିଅର୍‌ଗ୍ରାଫକୁ ଲକ୍ଷ୍ୟ କଲେ ଜଣାଯାଏ ଯେ କେତେବେଳେ ତାଙ୍କ ସିନେମା ବ୍ଲକବଷ୍ଟର ହିଟ୍‌ ହୋଇଛି ତ ପୁଣି କେତେବେଳେ ସୁପରଫ୍ଲପ୍‌। ସେ କହୋ ନା ପ୍ୟାର୍‌ ହେ, କୋଇ ମିଲ ଗୟା,କଭି ଖୁସି କଭି ଗମ୍‌,ଯୋଧା ଆକବର୍‌,କ୍ରିଶ,କ୍ରିଶ୍‌-ଥ୍ରି,ଧୂମ୍‌-ଟୁ , ୟେ ଜିନ୍ଦଗି ନା ମିଲେଗି ଦୋବାରା ଓ କାବିଲ ଭଳି ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ଅପରପକ୍ଷରେ ତାଙ୍କର ଫିଲ୍ମ ‘ମହେଞ୍ଜୋଦାରୋ’ ଓ ଆପ୍‌ ମୁଝେ ଆଛେ ଲଗନେ ଲଗେ’ ଆଦି ସୁପରଫ୍ଲପ୍‌ ହୋଇଛି।

ତେବେ ଯେ ଯାହା ହେଉନା କାହିଁକି ରିତିକ ରୋଶନ୍‌ ଏବେ ତାଙ୍କର ଆଗାମୀ ଫିଲ୍ମ‘ସୁପର -୩୦’ଓ ‘ଫାଇଟର୍‌’ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ‘ଫାଇଟର’ରେ ତାଙ୍କ ସହ ଟାଇଗର ଶ୍ରଫ୍‌ ଓ ବାଣୀ କପୁର ଅଛନ୍ତି।ଫାଇଟରର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ।

publive-image photo-oneindia

ଏହି ଫିଲ୍ମ ପାଇଁ ରିତିକ ରୋଶନ୍‌ କେତେ ଟଙ୍କା ଫି ନେଇଛନ୍ତି,ତାହା ଶୁଣିଲେ ଆପଣ ବିସ୍ମିତ ହେବେ। ପ୍ରଯୋଜନା ସଂସ୍ଥା ପକ୍ଷରୁ ଜଣାଯାଇଛି ଯେ ଫାଇଟର୍‌ ଫିଲ୍ମ ପାଇଁ ରିତିକ ରୋଶନ୍‌ଙ୍କୁ ୪୮ କୋଟି ଟଙ୍କା ଦିଆଯାଇଛି। ପ୍ରଯୋଜନା ସଂସ୍ଥାର ସଂସ୍ଥାର ବିଶ୍ୱାସ ଯେ ଏହି ପରିମାଣ ଦୁଇ ଗୁଣା ଅର୍ଥରେ ଫିଲ୍ମର ସାଟେଲାଇଟ୍‌ ରାଇଟ୍‌ସ ବିକ୍ରି ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe