ସୁପର୍ଷ୍ଟାର୍ ହ୍ରିତିକ୍ ରୋଶନ ଓ ତାଙ୍କ ପ୍ରେମିକା ସବା ଆଜାଦ୍ଙ୍କ ଯୋଡ଼ି ବଲିଉଡ୍ରେ ପୂରା ସୁପର୍ହିଟ୍। ଏହି ପାୱାର୍ କପଲ୍ ଏକାସାଥିରେ ନୂଆବର୍ଷକୁ ସ୍ବାଗତ କରିଛନ୍ତି। ସେମାନଙ୍କ ନବବର୍ଷ ପାଳନର ଫଟୋ ସୋସିଆଲ୍ ମିଡିଆରେ ଘୂରିବୁଲୁଛି। ହ୍ରିତିକ୍ ଇନ୍ଷ୍ଟାଗ୍ରାମ୍ରେ ତାଙ୍କ ପ୍ରେମିକାଙ୍କର କେତୋଟି ‘ସ୍ୟାଡୋ ଫଟୋ’ ସେୟାର୍ କରିଛନ୍ତି। ସେଥିରେ ସେ ନୃତ୍ୟ ପ୍ରଦର୍ଶନ କରୁଥିବାର ବି ନଜର ଆସିଛନ୍ତି। ସେ ୨୦୨୫କୁ ଖୁସିରେ ବିଦାୟ ଦେବା ସହ ନିଜର ପ୍ରଶଂସକମାନଙ୍କୁ ନବବର୍ଷ ଅବସରରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ମୁଁ ଏହି ନୂଆବର୍ଷକୁ ଆପଣମାନଙ୍କୁ ଉତ୍ସର୍ଗ କରୁଛି ବୋଲି ଲେଖିବା ସହ ହ୍ରିତିକ୍ ସମସ୍ତଙ୍କୁ ୨୦୨୬ର ଅଭିନନ୍ଦନ ଜଣାଇଛନ୍ତି। ତେବେ ପୋଷ୍ଟ୍ରେ ହ୍ରିତିକ୍ ତାଙ୍କର ଅତିରିକ୍ତ ଆଙ୍ଗୁଠି ବିଷୟରେ ବି ଲେଖିଛନ୍ତି। ଆମେ ସମସ୍ତେ ଜାଣୁ ଯେ ହ୍ରିତିକ୍ଙ୍କର ଗୋଟାଏ ପାପୁଲିରେ ୬ଟି ଆଙ୍ଗୁଠି ଅଛି। କେହି କେହି ତାଙ୍କର ଏହି ଆଙ୍ଗୁଠିକୁ ହ୍ରିତିକ୍ଙ୍କ ଭାଗ୍ୟ ଉଦୟର ସୂତ୍ର ବୋଲି ବି କହନ୍ତି।
Indian Railways: ମୁମ୍ବାଇରୁ ଅହମଦାବାଦକୁ ବୁଲେଟ୍ ଟ୍ରେନରେ ୧ ଘଣ୍ଟା ୫୮ ମିନିଟ୍ ସମୟ ଲାଗିବ: କେନ୍ଦ୍ରମନ୍ତ୍ରୀ
ହେଲେ ହ୍ରିତିକ୍ ଏଥର ତାଙ୍କର ସେହି ଛଅ ନମ୍ବର ଆଙ୍ଗୁଠିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଫଟୋରେ ସେ ତାଙ୍କ ପ୍ରେମିକାଙ୍କ ସହ ହାତ ଯୋଡ଼ି ‘ହାର୍ଟ’ କରୁଥିବାର ନଜର ଆସିଛନ୍ତି। ମାତ୍ର ତାଙ୍କ ବୁଢ଼ା ଆଙ୍ଗୁଠି ଯୋଡ଼ି ହୋଇଥିବାରୁ ‘ହାର୍ଟ’ଟି ଏତେ ସୁନ୍ଦର ହୋଇପାରିନାହିଁ। ଏହି କାରଣରୁ ସେ ତାଙ୍କ ପ୍ରଶଂସକଙ୍କୁ ସଫେଇ ଦେଇଛନ୍ତି। ସେ ତାଙ୍କର ଦୁଇଟି ବୁଢ଼ା ଆଙ୍ଗୁଠି ପାଇଁ ସହୁଥିବା କ୍ଷତି ସଂପର୍କରେ ଉଲ୍ଲେଖ କରିଛନ୍ତି। ତାଙ୍କ କହିବା କଥା, ଦୁଇ ଆଙ୍ଗୁଠି କାରଣରୁ ଦ୍ବିତୀୟ କାମ, ଯାହାକୁ ସେ ଠିକ୍ ଭାବେ କରିପାରୁନାହାନ୍ତି। ତେବେ ପ୍ରଥମ କାମ ବିଷୟରେ ସେ ତାଙ୍କ ପୋଷ୍ଟ୍ରେ ଉଲ୍ଲେଖ କରିନାହାନ୍ତି। ଭିଡିଓରେ ଦୁହିଁଙ୍କ ସୁନ୍ଦର ନାଚ ଦେଖି ପ୍ରଶଂସକଙ୍କ ଦିଲ୍ ଖୁସ୍ ହୋଇଯାଇଛି। ଏହି ଯୋଡ଼ି କେବେ ବିବାହ ବନ୍ଧନରେ ଆବଦ୍ଧ ହେବେ ତାହା ଜାଣିବାକୁ ସେମାନେ ଅନେଇ ବସିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/03/daggdgczczvcvz-2026-01-03-00-25-16.jpg)