ଚାରିବର୍ଷ ପରେ ରିତିକ୍‌ଙ୍କ ସହ କାଟ୍ରିନା କରିବେ ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌!

Advertisment
ଚାରିବର୍ଷ ପରେ ରିତିକ୍‌ଙ୍କ ସହ କାଟ୍ରିନା କରିବେ ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌!

ମୁମ୍ବାଇ: ରିତିକ୍‌ ରୋଶନ୍‌ ଓ କାଟ୍ରିନା କୈଫ୍‌ଙ୍କର ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ସେମାନେ ଜାଣିବା ଉଚିତ୍‌ ଯେ,ଆରବର୍ଷ ଏହି ଯୋଡ଼ିଙ୍କର ଏକ ଫିଲ୍ମ ରିଲିଜ୍‌ ହେବ।
ଚାରିବର୍ଷ ପୂର୍ବରୁ ରିତିକ୍‌-କାଟ୍ରିନାଙ୍କ ଅଭିନୀତ ସୁପର ଆକସନ୍‌ ଫିଲ୍ମ ‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌’ ରିଲିଜ୍‌ ହୋଇଥିଲା। ୧୪୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏହି ସିନେମା ୩୬୫ କୋଟି ଟଙ୍କାର କଲେକ୍‌ସନ୍‌ କରିଥିଲା। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବ୍ଲକ୍‌ବଷ୍ଟର ହୋଇଥିଲା। ଏହା ଆଗରୁ ପ୍ରଥମ ଥର ପାଇଁ ୨୦୧୧ରେ ରିତିକ୍‌ ଓ କାଟ୍ରିନା ଏକାଠି ‘ୟେ ଜିନ୍ଦେଗି ନା ମିଲେଗା ଦୋବାରା’ ଫିଲ୍ମରେ କାମ କରିଥିଲେ। ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବି ସୁପରହିଟ୍‌ ହୋଇଥିଲା।

ରିତିକ୍‌-କାଟ୍ରିନାଙ୍କ ଯୋଡ଼ି ଏବେ ପୁଣି ଯେଉଁ ସିନେମାରେ କାମ କରିବେ ବୋଲି କୁହା ଯାଉଛି ତାହା ହେଲା ‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌’ର ସିକ୍ୱେଲ୍‌।ଏହି ଫିଲ୍ମର ସ୍କ୍ରିପ୍ଟ୍‌ କାମ ଇତିମଧ୍ୟରେ ଆରମ୍ଭ ହୋଇ ଯାଇଥିବା ନେଇ ଟ୍ରେଡ଼୍‍ ଆନାଲିଷ୍ଟ୍‍ ଅତୁଲ ମୋହନ ସୋସିଆଲ୍‌ ମିଡ଼ିଆରେ ସୂଚନା ଦେଇଛନ୍ତି। ଏହି ଫିଲ୍ମର ଟାଇଟଲ୍‌ ‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌-ରିଲୋଡେଡ଼୍‍’ ରଖା ଯାଇଥିବା ଜଣା ଯାଇଛି। ଏବେଠାରୁ ଆକଳନ କରାଯାଉଛି ଯେ, ରିତିକ୍‌-କାଟ୍ରିନା ଯୋଡ଼ିଙ୍କର ଏହି ସିକ୍ୱେଲ୍‌ ବି ବକ୍ସ ଅଫିସ୍‌ରେ ସଫଳତାକୁ ଦୋହରାଇବ।

publive-image photo-amarujala

ଏଠାରେ ଉଲ୍ଲେଖନୀୟ କି ରିତିକ୍‌ ରୋଶନ୍‌ ସଂପ୍ରତି ‘ସୁପର୍‌-୩୦’ର ସୁଟିଂ ରେ ବ୍ୟସ୍ତ ଅଛନ୍ତି। ତେଣେ କାଟ୍ରିନା ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ରେ ବ୍ୟସ୍ତ ଅଛନ୍ତି। କାଟ୍ରିନା ବରୁଣ ଧଓ୍ଵନ୍‌ଙ୍କ ସହ ମଧ୍ୟ ଏକ ଫିଲ୍ମ ସାଇନ୍‌ କରିଛନ୍ତି। ତେଣେ ରିତିକ୍‌ ରୋଶନ୍‌ଙ୍କ ‘କ୍ରିସ୍‌-୪’ ବି ଲାଇନ୍‌ରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe