ଇନ୍‌ଷ୍ଟାଗ୍ରାମ୍‌ରେ ହ୍ରିତିକ୍‌ଙ୍କ ଭାବବିହ୍ବଳ ପୋଷ୍ଟ

Advertisment
ଇନ୍‌ଷ୍ଟାଗ୍ରାମ୍‌ରେ ହ୍ରିତିକ୍‌ଙ୍କ ଭାବବିହ୍ବଳ ପୋଷ୍ଟ

Jagran English

ବଲିଉଡ୍‌ ସୁପରଷ୍ଟାର ହ୍ରିତିକ୍‌ ରୋଶନ୍‌ ଅତ୍ୟନ୍ତ ଦୁଃଖୀ ଓ ମର୍ମାହତ। ଏକ ନିରାଶାଭାବ ତାଙ୍କୁ ଭିତରୁ ଭିତରୁ ଖାଇ ଚାଲିଛି। ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏପରି ଭାବବିହ୍ବଳ ପୋଷ୍ଟ କରି ହ୍ରିତିକ୍‌ ନିଜ ମନର କଥା ପରିପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ଗତ କିଛି ଦିନ ହେଲା ଘଟି ଚାଲିଥିବା ଅଘଟଣ ତାଙ୍କୁ ବ୍ୟତିବ୍ୟସ୍ତ କରିଦେଲାଣି। ପୂରା ବିଶ୍ବ କରୋନା ଭୂତାଣୁ ସହ ଲଢ଼େଇ କରୁଥିବା ବେଳେ ବେରୁଟ୍‌ ବିସ୍ଫୋରଣ, କୋଝିକୋଡ଼ ବିମାନ ଦୁର୍ଘଟଣା, ମରିସସ୍‌ ପରିବେଶ ଜରୁରୀ ପରିସ୍ଥିତି, ବନ୍ୟା, ଓ ଭୂକମ୍ପ ଆଦି ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ତାଙ୍କ ମନକୁ ବ୍ୟଥିତ କରିଛି। ଏହା ଏକ ଜଟିଳ ପରିସ୍ଥିତି, କିନ୍ତୁ ଆମେ ଆଶାବାଦୀ ରହିବା ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ଆମେ ପରସ୍ପର ସହ କାନ୍ଧ ମିଳାଇ ଠିଆ ହେବା ଉଚିତ। ପରସ୍ପରକୁ ସାହସ ଓ ଶକ୍ତି ‌ହେବା ଉଚିତ। ଏହି ଅନ୍ଧକାର ଦିନେ ନା ଦିନେ ଚାଲିଯିବ। ଆମେ ଆଲୋକର ସନ୍ଧାନ ନିଶ୍ଚୟ ପାଇବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe