୧୦୦ କୋଟି ଟଙ୍କାର ଆପର୍ଟମେଣ୍ଟ୍‌ରେ ପ୍ରେମିକା ସବାଙ୍କ ସହ ରହିବେ ହ୍ରିତିକ!

Advertisment
୧୦୦ କୋଟି ଟଙ୍କାର ଆପର୍ଟମେଣ୍ଟ୍‌ରେ ପ୍ରେମିକା ସବାଙ୍କ ସହ ରହିବେ ହ୍ରିତିକ!

www.google.com

ନୂଆଦିଲ୍ଳୀ: ପ୍ରଥମ ପତ୍ନୀ ସୁଜାନେଙ୍କଠାରୁ ଅଲଗା ହେବା ପରେ ଏବେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍ କରୁଥିବା କଥା ଆପଣ ଜାଣିଥିବେ ନିଶ୍ଚୟ। ସେମାନେ ‌ଏବେ ନିଜ ସଂପର୍କକୁ ଆହୁରି ପାଦେ ଆଗକୁ ଆଗେଇ ନେଇଥିବା ଖବର ହସ୍ତଗତ ହୋଇଛି। ଇଣ୍ଡିଆ ଟୁଡେରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ହ୍ରିତିକ୍‌ ତାଙ୍କ ପ୍ରେମିକା ସବାଙ୍କ ସହ ଏକ ନୂଆ ବିଲ୍ଡିଂ ‘ମନ୍ନତ୍‌’ରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂତ୍ରରୁ ଜାଣିବାକୁ ମିଳିଛି ଯେ ବିଲ୍ଡିଂର ଦ୍ବିତୀୟ ମହଲାରେ ପ୍ରେମିକା ସବାଙ୍କ ସହ ରହିବେ ହ୍ରିତିକ୍‌। ତେବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହେଉଛି ଯେ ହ୍ରିତିକ୍‌ ଓ ସବା ଏକ ୧୦୦ କୋଟିର ଆପାର୍ଟମେଣ୍ଟ୍‌ରେ ରହିବାକୁ ସ୍ଥିର କରିଛନ୍ତି। ଜାଣିବାକୁ ମିଳିଛି ଯେ ହ୍ରିତିକ ୩୮ ହଜାର ବର୍ଗଫୁଟ୍‌ ବିଶିଷ୍ଟ ୨ଟି ଆପାର୍ଟମେଣ୍ଟ୍‌ କିଣିଛନ୍ତି। ଯାହାର ଦର ୯୭.୫ କୋଟି।

ଦୁହିଁଙ୍କୁ ଅନେକ ପାର୍ଟିରେ ଏକା ସାଙ୍ଗରେ ଦେଖିବାକୁ ମିଳିବା ସହ ଦୁହେଁ ପ୍ରେମ ସମ୍ପର୍କରେ ଥିବା ସ୍ପଷ୍ଟ କରିସାରିଛନ୍ତି। ତେବେ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ହ୍ରିତିକ-ସବା ଖୁବଶୀଘ୍ର ବିବାହ କରିବେ ବୋଲି ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଦୁହେଁ ନିଜ ସମ୍ପର୍କକୁ ବିବାହ ରୂପ ଦେବାକୁ ଚିନ୍ତା କରୁଛନ୍ତି। ଏହା ସହ ଦୁହେଁ ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି।

ଟ୍ବିଟରରୁ ଦୁହିଁଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ହ୍ରିତିକ୍ ପ୍ରଥମେ ଟ୍ୱିଟରରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସବା ଏବଂ ଜଣେ ରାପର୍ ନଜର ଆସିଥିଲେ। ସେବେଠାରୁ ଦୁହିଁଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା। ସବା ହ୍ରିତିକଙ୍କୁ ତାଙ୍କର ପ୍ରଶଂସା ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ଏହିପରି ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହୋଇଥିଲା। ଦୁହେଁ ପରସ୍ପରକୁ ମେସେଜ କରିବା ପରେ ପ୍ରଥମେ ବନ୍ଧୁତା ହେଲା ଏବଂ ପରେ ଏହା ପ୍ରେମରେ ପରିଣତ ହୋଇଥିଲା। ସେବେଠାରୁ ହ୍ରିତିକ ଏବଂ ସବା ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe