ଭାଇରାଲ୍‌ ହେଲା ହ୍ରିତିକ୍‌ଙ୍କ ପିଲାଦିନର ନୃତ୍ୟ ଭିଡିଓ, ଇନ୍‌ଷ୍ଟାରେ ସେୟାର୍‌ କଲେ ହ୍ରିତିକଙ୍କ ମାଆ

ଭାଇରାଲ୍‌ ହେଲା ହ୍ରିତିକ୍‌ଙ୍କ ପିଲାଦିନର ନୃତ୍ୟ ଭିଡିଓ, ଇନ୍‌ଷ୍ଟାରେ ସେୟାର୍‌ କଲେ ହ୍ରିତିକଙ୍କ ମାଆ

Latestly

ମୁମ୍ବାଇ: ବଲିଉଡ୍‌ରେ ନିଜ ନୃତ୍ୟ ଜରିଆରେ ଦର୍ଶକଙ୍କୁ ବିମୋହିତ କରୁଥିବା ହ୍ରିତିକ୍‌ ରୋଶନ ପିଲାଟି ଦିନରୁ ଏଇ କଳା ନେଇ ଜନ୍ମ ହୋଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ହ୍ରିତିକଙ୍କ ମାଆ ପିଙ୍କି ରୋଶନ ହ୍ରିତିକ୍‌ଙ୍କର ଏକ ପିଲାଦିନର ଭିଡିଓ ଇନ୍‌ଷ୍ଟାଗ୍ରାମରେ ସେୟାର କରିବା ପରେ ହ୍ରିତିକିଙ୍କ ପ୍ରଶଂସକମାନେ ଭିଡିଓଟିକୁ ଭୂରିଭୂରି ପ୍ରଶଂସା କରିଛନ୍ତି।

ଭିଡିଓଟିରେ ହ୍ରିତିକ୍‌ ଅବିକଳ ତାଙ୍କ ଅନ୍ଦାଜରେ ନାଚୁଛନ୍ତି।  ହ୍ରିତିକ୍‌ ବଡ଼ ହେବା ପରେ ଯେଉଁ ଅନ୍ଦାଜରେ ନୃତ୍ୟ ପ୍ରଦଶର୍ନ କରୁଛନ୍ତି ପିଲାଦିନେ ମଧ୍ୟ ଠିିକ୍‌ ସେଇଭଳି ନାଚୁଥିବାର ଭିଡିଓଟିରେ ଦେଖିବାକୁ ମିଳିଛି।

View this post on Instagram

#onecapturedmoments

A post shared by Pinkie Roshan (@pinkieroshan) on

ଭିଡିଓଟି ୩୫ ବର୍ଷ ତଳର। ଭିଡିଓ ହ୍ରିତିକ ନୀଳ ରଂଗର ଟି-ସାର୍ଟ ଓ ଧଳା ରଂଗର ପ୍ୟାଣ୍ଟ୍‌ ପିନ୍ଧି ନାଚୁଥିବାର ନଜର ଆସିଛନ୍ତି। ସେତେବେଳେ ହ୍ରିତିକ୍‌ଙ୍କୁ ହୋଇଥାଏ ୧୦ ବର୍ଷ।

ହ୍ରିତିକଙ୍କ ଏହି ଭିଡିଓକୁ ବହୁ ପ୍ରଶଂସକ ପସନ୍ଦ କରିଛନ୍ତି। କେହି କେହି ଲେଖିଛନ୍ତି କି ପିଲାଟି ଦିନରୁ ହିଁ ହ୍ରିତିକଙ୍କ ନୃତ୍ୟ ଚିତାକର୍ଷକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe