ହ୍ରିତିକଙ୍କ ମା’ କରୋନା ଆକ୍ରାନ୍ତ

Advertisment
ହ୍ରିତିକଙ୍କ ମା’ କରୋନା ଆକ୍ରାନ୍ତ

India TV News

ଅଭିନେତା ହ୍ରିତିକ ରୋଶନଙ୍କ ମା’ ପିଙ୍କି ରୋଶନ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେ ଏବେ ନିଜ ଘରଠାରୁ ଦୂରରେ ସ୍ବାମୀ ରାକେଶ ରୋଶନଙ୍କ ସହ ଖଣ୍ଡାଲାରେ ରହୁଛନ୍ତି। ନିୟମିତ ଯୋଗ କରୁଥିବାରୁ ପିଙ୍କିଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ପ୍ରକାଶ ପାଇନଥିବା ଜଣାପଡ଼ିଛି।

ପିଙ୍କି କହିଛନ୍ତି, ଆମ ପରିବାରର ସମସ୍ତେ ପ୍ରତି ୨୦ ଦିନରେ ନିଜର କରୋନା ପରୀକ୍ଷା କରେଇନେଉ। ଗତ ସପ୍ତାହରେ ମୋ ରି‌ପୋର୍ଟ ପଜିଟିଭ୍‌ ଆସିଛି। ଡାକ୍ତର କହିଛନ୍ତି, ନିୟମିତ ଯୋଗ କରୁଥିବାରୁ କରୋନାର ବିଶେଷ କିଛି ଲକ୍ଷଣ ମୋ ଶରୀରରେ ନାହିଁ। କିନ୍ତୁ ଭୂତାଣୁ ୧୫ ଦିନ ପର୍ଯ୍ୟନ୍ତ ମୋ ଶରୀରରେ ରହିବ। ଶୁକ୍ରବାର ଦିନ ମୁଁ ଆଉ ଏକ ପରୀକ୍ଷା କରାଇନେବି। ଆଶା କରୁଛି ଏଥର ରିପୋର୍ଟ ନେଗେଟିଭ୍‌ ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe