ପୁନେ ପୁଲିସ ଟୁଇଟର ଏଭଳି ଉତ୍ତର ଦେଲେ ହ୍ରିତିକ

ପୁନେ ପୁଲିସ ଟୁଇଟର  ଏଭଳି ଉତ୍ତର ଦେଲେ ହ୍ରିତିକ

Google News - Overview

ନୂଆଦିଲ୍ଲୀ: ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଅପକମିଂ ସିନେମା ‘ସୁପର ୩୦’ର ଟ୍ରେଲର ଆସି ସାରିଛି। ଦୁଇ ମିନିଟ୍‌ର ଏହି ଟ୍ରେଲରକୁ ଦେଖି ଲୋକେ ଓ ବହୁ ବଲିଉଡ୍‌ ସେଲିବ୍ରିଟି ସୋସିଆଲ ମିଡିଆରେ ସିନେ ନିର୍ମାତା ଓ ହ୍ରିତିକ ରୋଶନଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି।

ଏହି ଟ୍ରେଲର ପୁନେ ପୁଲିସକୁ ମଧ୍ୟ ପ୍ରଭାବିତ କରିଛି। ପୁନେ ପୁଲିସ ଟ୍ରେଲରରେ ଥିବା  ହ୍ରିତିକଙ୍କ ଏକ ଡାଏଲଗ୍‌ (ଇତନା ଗଲତ କୈସେ ହୋ ସକତା ହୈ ଭାଇ) ସହିତ ଫଟୋ ନିଜ ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଛି । ଏହି ଫଟୋର କ୍ୟାପସନ୍‌ରେ ଲେଖାଯାଇଛି କି, ଯେତେବେଳେ ଆମେ ଦୁଇଚକିଆ ଯାନରେ ତିନିଜଣଙ୍କୁ ବସାଇ ପାରନ୍ତି, ସେତେବେଳେ ହେଲମେଟ ବି ଲଗାଇ ନ ଥାଆନ୍ତି ଓ ଚାଳକ ଭୁଲ ଦିଗରେ ଗାଡ଼ି ଚଳାଇ ଥାଆନ୍ତି।

ପୁନେ ପୁଲିସର ଏହି ଟୁଇଟ ହ୍ରିତିକ ରୋଶନଙ୍କ ସହିତ ଅନ୍ୟ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି । ହ୍ରିତିକ ଏହି କ୍ରିଏଟିଭିଟିକୁ ପ୍ରଶଂସା କରିବା ସହିତ ଏହାର ଜବାବ ଦେଇ ‘ହା ହା ହା’ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe