ସର୍ବସମ୍ମୁଖରେ ସବାଙ୍କୁ ନିଜ ପ୍ରେମିକା ବୋଲି କହିଲେ ହ୍ରିତିକ୍

Advertisment
ସର୍ବସମ୍ମୁଖରେ ସବାଙ୍କୁ ନିଜ ପ୍ରେମିକା ବୋଲି କହିଲେ ହ୍ରିତିକ୍

ମୁମ୍ବାଇ: ଗତକାଲି ଥିଲା ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଜନ୍ମଦିନ। ଏହି ଅବସରରେ ସେ ନିଜର ବଲିଉଡ ବନ୍ଧୁମାନଙ୍କୁ ବଡ଼ ପାର୍ଟି ଦେଇଥିଲେ। ଏହି ପାର୍ଟିରେ ବଲିଉଡର ଅନେକ ନାମୀଦାମୀ କଳାକାର ଆସିଥିବା ଦେଖାଯାଇଥିଲା। ହେଲେ ସମସ୍ତେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଯେତବେ‌େଳେ ପରସ୍ପରର ହାତ ଧରି ଗଣମାଧ୍ୟମ ସାମ୍ନାକୁ ଆସିଥିଲେ ଅଭିନେତା ହ୍ରିତିକ୍ ରୋଶନ ଓ ଅଭିନେତ୍ରୀ ସବା ଆଜାଦ। ପୂର୍ବରୁ ଦୁହେଁ ପରସ୍ପରକୁ ଡେଟ୍ କରୁଥିବାରୁ ଖବର ଚର୍ଚ୍ଚାରେ ରହିଥିବା ସହ ଦୁହିଁଙ୍କୁ ସାଥୀରେ ସମୟ ବିତାଉଥିବାର ଦେଖାଯାଇଥିଲା। ହେଲେ ଦୁହେଁ ପୂର୍ବରୁ ଦୁହିଁଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିନଥିଲେ।

publive-image

ତେବେ କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ହ୍ରିତିକ୍ ପ୍ରଥମ ଥର ପାଇଁ ସବା ତାଙ୍କ ପ୍ରେମିକା ବୋଲି ଗ୍ରହଣ କରିଛନ୍ତି। ଦୁହେଁ କଳା ରଙ୍ଗର ପୋଷାକ ପିନ୍ଧିଥିବା ସହ ପରସ୍ପରର ହାତ ଧରି ଭିତରକୁ ପ୍ରବେଶ କରିଥିଲେ। ଏହାପୂର୍ବରୁ ହ୍ରିତିକଙ୍କ ପରିବାର ସହ ନଜର ଆସିଥିଲେ ସବା। ସୁଜାନେଙ୍କଠାରୁ ଅଲଗା ହେବା ପରେ ଏବେ ହ୍ରିତିକ ସବାଙ୍କୁ ଡେଟ୍ କରୁଛନ୍ତି। ତେବେ ଏହି ସଂପର୍କକୁ ନେଇ ହ୍ରିତିକଙ୍କ ପୂର୍ବ ପତ୍ନୀ ସୁଜାନେ ମଧ୍ୟ ଖୁସି ଅଛନ୍ତି। ଅନେକ ସମୟରେ ହ୍ରିତିକ, ସବା, ସୁଜାନେ ଓ ତାଙ୍କ ପ୍ରେମିକ ଅରସଲାନ ଗୋନି ମିଶି ପାର୍ଟି କରୁଥିବାର ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe