ହ୍ରିତିକଙ୍କ ସହ ବୁଲିବାକୁ ଯାଇ ରୋମାଣ୍ଟିକ୍‌ ଫଟୋ ପୋଷ୍ଟ୍‌ କ‌ଲେ ପ୍ରେମିକା ସବା

ହ୍ରିତିକଙ୍କ ସହ ବୁଲିବାକୁ ଯାଇ ରୋମାଣ୍ଟିକ୍‌ ଫଟୋ ପୋଷ୍ଟ୍‌ କ‌ଲେ ପ୍ରେମିକା ସବା

ମୁମ୍ବାଇ: ଅଭିନେତା ହ୍ରିତିକ ରୋଶନ ବର୍ତ୍ତମାନ ତାଙ୍କ ପ୍ରେମିକା ସବା ଆଜାଦଙ୍କ ସହ ଛୁଟି କାଟୁଛନ୍ତି। ଏହି ଯୋଡି ଆର୍ଜେଣ୍ଟିନାର ବୁଏନ୍ସ ଆୟରିସରେ ବେଶ୍ ମଧୁର ସମୟ ବିତାଉଛନ୍ତି। ସବା ସେମାନଙ୍କ ଭ୍ୟାକେସନ୍‌ ବା ଛୁଟିର ଏକ ନୂତନ ଫଟୋ ସେୟାର କରିଛନ୍ତି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରିବାରେ ଲାଗିଛି।

ସବା ଆଜାଦ ନିଜ ଇନଷ୍ଟାଗ୍ରାମରେ ପ୍ରେମୀଯୁଗଳଙ୍କର ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି। ଇନ୍‌ଷ୍ଟା ଷ୍ଟୋରିରେ ‘ଆକବର’ ଅଭିନେତାଙ୍କ ଫଟୋ ସେୟାର କରି ଲେଖିଛନ୍ତି, "ମୋର ହିପ୍ପୋ ହୃଦୟ ବା ମାଇଁ ହିପୋ ହାର୍ଟ"। ଅନ୍ୟ ଏକ ଫଟୋରେ ହ୍ରିତିକ ଓ ସବା ସେଲଫି ପୋଜ୍‌ ଦେଇଛନ୍ତି।

ଫଟୋଗୁଡ଼ିକରେ ପ୍ରେମୀଯୁଗଳ ଲାଇମଲାଇଟରୁ ଦୂରରେ ରହି ନିଜର ବିଶେଷ ମୁହୂର୍ତ୍ତକୁ ଉପଭୋଗ କରୁଥିବା ସ୍ପଷ୍ଟ ଦେଖିବାକୁ ମିଳିଛି।  ସାବାଙ୍କ ଦ୍ୱାରା ସେୟାର ହୋଇଥିବା ଫଟୋଗୁଡ଼ିକ ତୁରନ୍ତ ବ୍ୟବାହାକରକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି।

ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ହ୍ରିତିକ୍ ଏବଂ ସାବା ବାରମ୍ବାର ଏକାଠି ଯାତ୍ରା କରନ୍ତି ଓ ଫଟୋ ବି ପୋ‌ଷ୍ଟ୍‌ କରନ୍ତି। ଏହା ପୂର୍ବରୁ ସେ ଦୁହିଁଙ୍କୁ ଗୋଆ ଏବଂ ଲଣ୍ଡନର ଅନ୍ୟାନ୍ୟ ସ୍ଥାନମାନଙ୍କରେ ଦେଖିବାକୁ ମିଳିଥିଲା।

ହ୍ରିତିକ୍ ଏବଂ ସବାଙ୍କ ଡେଟିଂର ପ୍ରଥମ ଅପଡେଟ୍ ୨୦୨୨ ମସିହାରେ ଆସିଥିଲା। ସେମାନଙ୍କୁ ଏକ ରାତ୍ର ଭୋଜନ ସମୟରେ ଏକତ୍ର ଦେଖିବା ପରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା। କିଛି ମାସ ପରେ ମେ ମାସରେ, ସେମାନେ ଏକ ରେଡ୍ କାର୍ପେଟ୍ ଇଭେଣ୍ଟରେ ନିଜ ସଂପର୍କକୁ ନେଇ ପ୍ରଥମେ ଆନୁଷ୍ଠାନିକ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe