ଜଣାପଡ଼ିଲା ରିତିକ୍‌ ରୋଶନ୍‌ ଓ ଟାଇଗର୍‌ ଶ୍ରଫ୍‌ଙ୍କ ଅଭିନୀତ ଫିଲ୍ମର ଟାଇଟଲ , ଜାଣନ୍ତୁ ଏହା କ’ଣ

Advertisment
ଜଣାପଡ଼ିଲା ରିତିକ୍‌ ରୋଶନ୍‌ ଓ ଟାଇଗର୍‌ ଶ୍ରଫ୍‌ଙ୍କ ଅଭିନୀତ ଫିଲ୍ମର ଟାଇଟଲ , ଜାଣନ୍ତୁ ଏହା କ’ଣ

photo-film beat

ମୁମ୍ବାଇ: ପ୍ରଥମ ଥର ପାଇଁ ବଲିଉଡ଼୍‍ ର ସୁପର ହିରୋ ରିତିକ୍‌ ରୋଶନ୍‌ ଓ ଟାଇଗର୍‌ ଶ୍ରଫ୍‌ ଏକ ସଙ୍ଗେ ଏକ ଫିଲ୍ମରେ ନଜର ଆସିବେ, ଏକଥା ତ ସମସ୍ତଙ୍କୁ ଜଣା, ହେଲେ ଏହି ଫିଲ୍ମର ଟାଇଟଲ୍‌ କ’ଣ ତାହା ଜାଣିବାକୁ ସମସ୍ତେ ଉତ୍କଣ୍ଠିତ ଅଛନ୍ତି। ଏବେ ଏହା ଫାଇନାଲ୍‌ ହୋଇଥିଲେ ବି ଏସଂପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ଏହି ସିନେମାର ଟାଇଟଲ୍‌ ରହିଛି ‘ଫାଇଟର୍’। ନିକଟରେ ଉଭୟ ରିତିକ୍‌ ରୋଶନ୍‌ ଓ ଟାଇଗର୍‌ ଶ୍ରଫ୍‌ଙ୍କ ‘ଫାଇଟର୍’ ଲୁକ୍ ସାମ୍ନାକୁ ଆସିଛି।ଏହାକୁ ୨୦୧୯ ଗାନ୍ଧିଜୟନ୍ତୀ ଅର୍ଥାତ୍‌ ଅକ୍ଟୋବର ୨ ତାରିଖରେ ରିଲିଜ୍‌ କରାଯିବାର ଲକ୍ଷ୍ୟ ରଖାଯାଇଛି।

publive-image photo-filmbeat

ପ୍ରାପ୍ତ ସୂଚନା ଅନୁଯାୟୀ ରିତିକ୍‌ ରୋଶନ୍‌ ଏହି ଫିଲ୍ମରେ ଟାଇଗର୍‌ ଶ୍ରଫ୍‌ଙ୍କ ଗୁରୁ ଭୂମିକାରେ ନଜର ଆସିବେ। ଫାଇଟରର ପ୍ରଯୋଜନା କରୁଛନ୍ତି ୟଶ୍‌ରାଜ୍‌ ଫିଲ୍ମସ ଓ ଏହାର ନିର୍ଦ୍ଦେଶନା ଦେଉଛନ୍ତି  ଜଣାଶୁଣା ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ। ଏଥିରେ ବାଣୀ କପୁର ନାୟିକା ଭୂମିକାରେ ଅଛନ୍ତି ।ତେବେ ସମସ୍ତଙ୍କୁ ଭଲ ଭାବେ ଜଣା ଯେ ଏ ଦୁଇ କଳାକାର ଜବରଦସ୍ତ ଫାଇଟ୍ ଏବଂ  ଦମଦାର୍‌ ନୃତ୍ୟ ପାଇଁ ବେଶ୍‌ ସୁଖ୍ୟାତି ଅର୍ଜନ କରିଛନ୍ତି। ଏପରିକି ଟାଇଗର ରିତିକ୍‌ଙ୍କୁ ନିଜର ଆଦର୍ଶ ବୋଲି ମନେ କରନ୍ତି। ଏଥିପାଇଁ ସେ ରିତିକଙ୍କ ସହିତ ଯେତେ ବି ଛୋଟ ରୋଲ୍‌ ହେଲେ ବି କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଟାଇଗର ଶ୍ରଫ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe