ଅମିତାଭ ବଚ୍ଚନଙ୍କ ‘ସତ୍ତେପେ ସତ୍ତା’ର ରିମେକ୍‌ରେ ଅଛନ୍ତି କି , ଜାଣନ୍ତୁ କି ଉତ୍ତର ଦେଲେ ସୁପରଷ୍ଟାର ରିତିକ ରୋଶନ୍‌

Advertisment

photo--easterneye.eu

ମୁମ୍ବାଇ: ପ୍ରାୟ ଅଢେଇ ବର୍ଷ ପରେ ପରଦାକୁ ଆସି ସୁପରଷ୍ଟାର ରିତିକ ରୋଶନ୍‌ ପୁଣି ଥରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଛନ୍ତି। ତାଙ୍କ ଅଭିନୀତ ନୂଆ ସିନେମା ‘ସୁପର-୩୦’ ବକ୍ସ ଅଫିସରେ ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇଛି। ଉତ୍ତର ପ୍ରଦେଶ,ବିହାର ଓ ରାଜସ୍ଥାନରେ ଟ୍ୟାକ୍ସ ଫ୍ରି ଘୋଷିତ ହୋଇଥିବା ‘ସୁପର-୩୦’ରେ ଦର୍ଶକ ରିତିକି ରୋଶନ୍‌ଙ୍କ ଅଭିନୟକୁ ପସନ୍ଦ କରିଛନ୍ତି।

‘ସୁପର-୩୦’ ପରେରିତିକ ରୋଶନ୍‌ ଏକ ପୁରୁଣା ହିନ୍ଦୀ ସିନେମାର ରିମେକରେ କାମ କରିବେ ବୋଲି ଚର୍ଚ୍ଚା ହେଉଛି। ଏହା ହେଲା ଅମିତାଭ ବଚ୍ଚନଙ୍କ ଅଭିନୀତ ‘ସତ୍ତେପେ ସତ୍ତା’। ଏହାର ରିମେକ୍‌ରେ ଅମିତାଭ ବଚ୍ଚନଙ୍କ ଭୂମିକା ନିଭାଇବେ ରିତିକ ବୋଲି କୁହାଯାଉଛି। ରୋହିତ ସେଟ୍ଟୀ ଓ ଫରାହ ଖାନ୍‌ ଏହି ସିନେମା ନିର୍ମାଣ କରୁଛନ୍ତି। ଏହି ଫିଲ୍ମରେ ଅମିତାଭଙ୍କ ଭଳି ରିତିକ ବି ଡବଲ ରୋଲରେ ନଜର ଆସିବେ। ଏଥିରେ ତାଙ୍କର ହିଟ୍‌ ପାର୍ଟନର୍‌ କାଟ୍ରିନା କୈଫଙ୍କୁ ରିତିକ ରୋଶନଙ୍କ ବିପକ୍ଷରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି।

publive-image photo--aajtak

କିନ୍ତୁ ନିଜେ ରିତିକ ଏକଥାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଏଯାବତ୍‌ ‘ସତ୍ତେପେ ସତ୍ତା’ର ରିମେକ୍‌ ସାଇନ୍‌ କରି ନାହାନ୍ତି। ଅମିତାଭ ବଚ୍ଚନଙ୍କର ଜଣେ ବଡ଼ ଫ୍ୟାନ୍‌ ହୋଇଥିବା ହେତୁ ସୁଯୋଗ ମିଳିଲେ,ଏଥିରେ କାମ କରିବାକ ଚାହିଁବେ ବୋଲି ଅବଶ୍ୟ ସୂଚନା ଦେଇଛନ୍ତି ରିତିକ ରୋଶନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe